ଆଇଏନଏସ ରଣବୀରରେ ବିସ୍ଫୋରଣ ଘଟଣା : ଏସି କମ୍ପାର୍ଟମେଣ୍ଟରୁ ଗ୍ୟାସ ନିର୍ଗତ ହେବାରୁ ବିସ୍ଫୋରଣ ସନ୍ଦେହ

ଆଇଏନଏସ ରଣବୀର

ମୁମ୍ବାଇ : ଗତ ମଙ୍ଗଳବାରଦିନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ହୋଇଥିବା ବିସ୍ଫୋରଣର କାରଣ ସମ୍ପର୍କରେ ସୂଚନା ମିଳିଛି। ଜାହାଜର ଏୟାର କଣ୍ଡିସନିଙ୍ଗ୍ କମ୍ପାର୍ଟମେଣ୍ଟରେ ଗ୍ୟାସ ଲିକ ହେବା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ଜଣାପଡିବ। କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ ଏୟାର କଣ୍ଡିସନିଂ କମ୍ପାର୍ଟମେଣ୍ଟରେ ଗ୍ୟାସ ନିର୍ଗତ ହେବା ଯୋଗୁଁ ବିସ୍ଫୋରଣ ହୋଇଥିଲା।
ସୂଚନାଯୋଗ୍ୟ ଯେ, ମଙ୍ଗଳବାରଦିନ ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବାବେଳେ ଆଇଏନଏସ ରଣବୀର ଭିତରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇଥିଲେ। ମୃତକମାନେ ହେଉଛନ୍ତି କୃଷ୍ଣନ୍ କୁମାର, ସୁରିନ୍ଦର କୁମାର ଓ ଏକେ ସିଂ। ସେମାନଙ୍କ ଛଡ଼ା ଆଉ ୧୧ ଜଣ ନୌସେନା କର୍ମଚାରୀ ଆହତ ହୋଇ ନୌସେନା ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଜାହାଜର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଯେପରିକି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ସୁରକ୍ଷିତ ବର୍ତ୍ତିଯାଇଥିଲା। ଏହା ପରେ ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ମାସରେ ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା। ନିକଟରେ ଏହା ନିଜର ମୂଳ ବେସ- ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା।

Share Now:

Kalinga News Beuro

Next Post

ବୃକ୍ଷ ଶୂନ୍ୟ ହେବ ରାଜଧାନୀ : କାଟିଦେଲେ ୭୦ ବିଶାଳ ବୃକ୍ଷ

Thu Jan 20 , 2022
ଅନ୍ଧ ହୋଇଗଲେ କି ସରକାର ଓ ପ୍ରଶାସନ ? କ୍ବାର୍ଟର୍ସ ଖାଲି ହେବା ପୂର୍ବରୁ ଗଛ ମୂଳପୋଛ ଭୁବନେଶ୍ୱର: ବୃକ୍ଷ ଶୂନ୍ୟ ହେବ ରାଜଧାନୀ। ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ବୃକ୍ଷ ଛେଦନ ଚାଲିଛି। ମାସେ ହେଲା, ସହରରେ ବେଧଡ଼କ ଭାବେ ଗଛ କଟା ଯାଉଛି। ତା’ ପୁଣି ସରକାରୀ ବାବୁଙ୍କ ଛତ୍ରଛାୟା ତଳେ। ଉତ୍କଳ ହସ୍ପିଟାଲରୁ ଓଇଆରସି ରାସ୍ତାର ମେଡିଆନ୍‌ରୁ ପାଖାପାଖି ହଜାରେ ଗଛ କଟାଯିବା ନେଇ ‘ସମ୍ବାଦ’‌ରେ […]
ବୃକ୍ଷ ଶୂନ୍ୟ ହେବ ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial