ଭୂଷଣ କାରଖାନାରେ ଅଘଟଣ : ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ଗୁଣ୍ଡ ପାଣି

ମାଡ଼ିଗଲା ଲୁହା ଗୁଣ୍ଡ ପାଣି

ରେଙ୍ଗାଲି : ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ସମ୍ବଲପୁର ଠେଲକୁଲି ସ୍ଥିତ ଜେଏସଡବ୍ଲୁ ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା କୁକୁଡ଼ା ଫାର୍ମରେ ବ୍ୟବହୃତ କେତେକ ଗାଡ଼ି ମଧ୍ୟ ପାଣିରେ ପୋତି ହୋଇଯାଇଛି। ସେହିପରି ସହରାପଡ଼ାରେ ଏକ ପୋଖରୀରେ ମଧ୍ୟ ଲୁହା ପଥର ଗୁଣ୍ଡ ମିଶା ପାଣି ପଶି ଯାଇଥିବାରୁ ପୋଖରୀରେ ଥିବା ମାଛ ମରି ଯାଇଥିବା ଦେଖିବାକୁ ମିଳିଛି। ତେବେ ପାଚେରି ଭୁଶୁଡ଼ିବାର କାରଣ ଜଣାପଡିନାହିଁ।
ଗତକାଲି ରାତିରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବା ସହ ଜଳ ନିଷ୍କାସନ ବନ୍ଦ କରିବାକୁ ଉଦ୍ୟମ କରାଯାଇଥିଲା। ଏନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ପ୍ରଭାବିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯିବ ଏବଂ କ୍ଷତିପୂରଣ ପ୍ରଦାନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଲି ତହସିଲଦାର, ଠେଲକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଘଟଣାସ୍ଥଳରେ ଜେସିବି ଜରିଆରେ ପ୍ରଭାବିତ ଅଞ୍ଚଳରୁ କାଦୁଅ ଆସ୍ତରଣ ବାହାର କରାଯାଉଛି। କ୍ଷୟକ୍ଷତିର ଅନୁଧ୍ୟାନ ଚାଲିଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

Share Now:

Kalinga News Beuro

Next Post

ଶାଗୁଣା ତସ୍କରୀ : ଟ୍ରେନ୍‌ରୁ ଉଦ୍ଧାର ହେଲା ୭ଟି ବିଲୟମୁଖୀ ମିଶରୀୟ ଧଳା ଶାଗୁଣା

Fri Jan 21 , 2022
ଭୋପାଳ: ଗୁରୁବାର ଦିନ ମଧ୍ୟପ୍ରଦେଶ ପୁଲିସ ଖଣ୍ଡୱା ଜିଲ୍ଲାରେ ଏକ ଆନ୍ତଃ-ରାଜ୍ୟ ଶାଗୁଣା ଚୋରାଚାଲାଣକାରୀ ରାକେଟ୍‌ ଠାବ କରିବା ସହ କାନପୁରରୁ ମହାରାଷ୍ଟ୍ରର ମାଲେଗାଓଁକୁ ବେଆଇନ ଭାବେ ଟ୍ରେନ୍‌ରେ ନିଆଯାଉଥିବା ୭ଟି ମିଶରୀୟ ଶାଗୁଣା (ଧଳା ଶାଗୁଣା ବା ଫାରୋଙ୍କ କୁକୁଡ଼ା) ଉଦ୍ଧାର କରି ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସମ୍ପ୍ରତି ଏ ପ୍ରଜାତିର ଶାଗୁଣା କ୍ବଚିତ୍ ଦେଖାଯାଉଛନ୍ତି ଏବଂ ସେମାନଙ୍କୁ […]
ମିଶରୀୟ ଧଳା ଶାଗୁଣା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial