ଜାନୁଆରି ୩୧ ପର୍ଯ୍ୟନ୍ତ ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା

ନିର୍ବାଚନୀ ରାଲି ଓ ରୋଡସୋ

ନୂଆଦିଲ୍ଲୀ : ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗ ଲଗାଇଥିବା କଟକଣା ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ଦ୍ବାରା ଜନସଭା ଲାଗି ଜାନୁଆରି ୨୮ରୁ କଟକଣାକୁ କିଛିଟା କୋହଳ କରାଯିବ। ସେହିପରି ୨ୟ ପର୍ଯ୍ୟାୟ ପାଇଁ ଫେବ୍ରୁଆରି ୧ରୁ ଅନୁମତି ଦିଆଯିବ। ତେବେ ଏସବୁ ଜନସଭା କରିବାବେଳେ କୋଭିଡ ନିୟମ ପାଳନ କରାଯିବ। ଅନ୍ୟପକ୍ଷରେ ପୂର୍ବରୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବାକୁ ସର୍ବାଧିକ ୫ ଜଣଙ୍କୁ ଅନୁମତି ଥିବାବେଳେ ଏବେ ତାହାକୁ ୧୦ ଜଣକୁ ବୃଦ୍ଧି କରାଯାଇଛି । ଖୋଲା ସ୍ଥାନରେ ଭିଡିଓ ଭ୍ୟାନ ମାଧ୍ୟମରେ ପ୍ରଚାରକୁ ଅନୁମତି ଦିଆଯାଇଛି। ତେବେ ଏସବୁ କରିବାବେଳେ କୋଭିଡ ନିୟମ ପାଳନ କରାଯିବ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ଫେବୃଆରୀ ୧୦ରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ। ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୨ୟ ପର୍ଯ୍ୟାୟ ନିର୍ବାଚନ ୧୪ ଫେବୃଆରୀରେ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ। ମଣିପୁରରେ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ଭୋଟ ଗ୍ରହଣ ହେବ।

Share Now:

Kalinga News Beuro

Next Post

ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ : ୮ ମାସ କାଳ ଦେହ ବ୍ୟବସାୟରେ ଲଗାଇଥିଲା ଦୁବୁର୍ତ୍ତ

Sat Jan 22 , 2022
ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକ୍‌ମେଲ୍‌ ଭୁବନେଶ୍ୱର : ଆଲ୍‌ବମ୍‌ରେ ଅଭିନୟ ସୁଯୋଗ ଦେବା ବାହାନାରେ ଦୁଷ୍କର୍ମ କରିବା, ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା, ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲ୍ କରିବା ଓ ଶେଷରେ ଅପହରଣ କରିବା ଭଳି ସଂଗିନ୍ ଅଭିଯୋଗ ନେଇ ଶୁକ୍ରବାର ଦିନ ପୀଡ଼ିତା ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କନ୍ଧମାଳ ଓ ଭୁବନେଶ୍ବର ପୁଲିସଠାରୁ ନ୍ୟାୟ ପାଇବା ଆଶା ହରାଇବା ପରେ ସେ ମହିଳା […]
ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial