ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ : ୮ ମାସ କାଳ ଦେହ ବ୍ୟବସାୟରେ ଲଗାଇଥିଲା ଦୁବୁର୍ତ୍ତ

ଆଲ୍‌ବମ୍‌ରେ ଅଭିନୟ ନାଁରେ ଦୁଷ୍କର୍ମ

ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକ୍‌ମେଲ୍‌

ଭୁବନେଶ୍ୱର : ଆଲ୍‌ବମ୍‌ରେ ଅଭିନୟ ସୁଯୋଗ ଦେବା ବାହାନାରେ ଦୁଷ୍କର୍ମ କରିବା, ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା, ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲ୍ କରିବା ଓ ଶେଷରେ ଅପହରଣ କରିବା ଭଳି ସଂଗିନ୍ ଅଭିଯୋଗ ନେଇ ଶୁକ୍ରବାର ଦିନ ପୀଡ଼ିତା ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। କନ୍ଧମାଳ ଓ ଭୁବନେଶ୍ବର ପୁଲିସଠାରୁ ନ୍ୟାୟ ପାଇବା ଆଶା ହରାଇବା ପରେ ସେ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ଫୁଲବାଣୀରେ। ତାଙ୍କ ସ୍ବାମୀ ନିଶା କାରବାର ଅଭିଯୋଗରେ ପଶ୍ଚିମବଙ୍ଗରେ ଜେଲରେ ଥିଲେ। ସେହି ସମୟରେ ମହିଳାଙ୍କର ମିଲନ କଅଁର ସହ ସମ୍ପର୍କ ହୋଇଥିଲା। ମିଲନ ତାଙ୍କୁ ଆଲ୍‌ବମ୍‌ରେ ଅଭିନୟ କରିବା ସୁଯୋଗ ଦେବ ବୋଲି କହି ଭୁବନେଶ୍ବର ନେଇଆସିଥିଲା। ୨୦୨୦ ଡିସେମ୍ବରରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସୁନ୍ଦରପଦା ଅଞ୍ଚଳରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ୪ ଜଣ ବ୍ୟକ୍ତିଙ୍କ ସହ ଦେହ ବ୍ୟବସାୟରେ ଲିପ୍ତ କରାଇ ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡିଂ କରିଥିଲା। କୌଣସିମ‌‌ତେ ମହିଳା ଜଣକ ସେଠାରୁ ଖସିଯାଇ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଗତ ୮ ତାରିଖରେ ମିଲନ ପୁଣି ତାଙ୍କୁ ଓ ତାଙ୍କ ପୁଅକୁ ଅପହରଣ କରି ସମ୍ବଲପୁରରେ ନଜରବନ୍ଦୀ କରି ରଖିଥିଲା। ୧୨ ଦିନ ପରେ ସେ ସେଠାରୁ ପୁଅକୁ ଧରି ଛାତରୁ ଡେଇଁ ଖସି ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଏୟାର୍‌ଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ତାଙ୍କୁ ଏକ ଆଶ୍ରୟସ୍ଥଳୀକୁ ପଠାଇ ଦେଇ ଚୁପ୍‌ ରହିଲା। ପୁଲିସ ତଦନ୍ତ ନକରି ପାଲଟା ତାଙ୍କୁ ଗାଳିମନ୍ଦ କଲା। ତେଣୁ ଶେଷରେ ବାଧ୍ୟ ହୋଇ ସେ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।

Share Now:

Kalinga News Beuro

Next Post

ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି: ସରିଲା ନାମାଙ୍କନ, ଏଣିକି ପ୍ରଚାର

Sat Jan 22 , 2022
ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ନାମାଙ୍କନ ଦାଖଲ, ସରପଞ୍ଚ ପଦ ଲାଗି ୧୩୬ ପ୍ରାର୍ଥିପତ୍ର ଭୁବନେଶ୍ୱର : ନାମାଙ୍କନ ଶେଷ ହେଉହେଉ ଜମିଲାଣି ଭୁବନେଶ୍ବର ଉପକଣ୍ଠ ଗାଁ ରାଜନୀତି। ଶେଷ ଦିନରେ ଭୁବନେଶ୍ବର ବ୍ଲକ ଅଧୀନ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌, ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଲାଗି ସର୍ବାଧିକ ନାମାଙ୍କନ ଦାଖଲ ହୋଇଛି। ୱାର୍ଡ ମେମ୍ବର ପଦ ଲାଗି କେବଳ ଆଜି […]
ସରଗରମ ଭୁବନେଶ୍ୱର ବ୍ଲକ ରାଜନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial