‘ଇଣ୍ଡିଆ ଗେଟ୍‌’ରେ ନେତାଜୀଙ୍କ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି ଉନ୍ମୋଚନ

‘ଇଣ୍ଡିଆ ଗେଟ୍‌’ରେ ନେତାଜୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ମା’ର ସାହସୀ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ମୁଁ ତାଙ୍କୁ ପ୍ରଣାମ କରୁଛି। ଏହି ଦିନଟି ଐତିହାସିକ। ଏହି ସ୍ଥାନ ଯେଉଁଠାରେ ଆମେ ସମସ୍ତେ ଉପସ୍ଥିତ ଅଛେ ଏହା ମଧ୍ୟ ଐତିହାସିକ। ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ। ଏହି ଅବସରରେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀ ଯିଏ ଅତ୍ୟନ୍ତ ଗର୍ବ, ଆତ୍ମବିଶ୍ୱାସ ଏବଂ ସାହସର ସହିତ ବ୍ରିଟିଶମାନଙ୍କ ଆଗରେ କହିଥିଲେ ଯେ ମୁଁ ସ୍ୱାଧୀନତା ପାଇଁ ଭିକ ମାଗିବି ନାହିଁ, ମୁଁ ଏହା ହାସଲ କରିବି। ଭାରତର ମାଟିରେ ପ୍ରଥମ ସ୍ବାଧୀନ ସରକାର ପ୍ରତିଷ୍ଠା କରିଥିବା ଆମର ସେହି ନେତାଜୀଙ୍କ ବଡ଼ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରେ ଡିଜିଟାଲ୍ ଫର୍ମରେ ସ୍ଥାପନ କରାଯାଉଛି। ଖୁବ୍ ଶୀଘ୍ର ଏହି ‘ହଲୋଗ୍ରାମ୍‌’ର ସ୍ଥାନ ନେବ ଏକ ଗ୍ରେନାଇଟ୍ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି ସ୍ୱାଧୀନତାର ମହାନାୟକଙ୍କୁ କୃତଜ୍ଞ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ପ୍ରତିମୂର୍ତ୍ତି ଆମର ଗଣତାନ୍ତ୍ରିକ ଅନୁଷ୍ଠାନକୁ ଏବଂ ଆମ ପିଢ଼ିକୁ ଦେଶ ପାଇଁ କାମ କରିବାକୁ ପ୍ରେରଣା ଦେବ।

Share Now:

Kalinga News Beuro

Next Post

ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼ : ପାଣିପାଗ ବିଭାଗ

Sun Jan 23 , 2022
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା। ଭାରତକୁ ମାଡ଼ି ଆସୁଛି ବିଶାଳକାୟ ଧୂଳି ଝଡ଼। ପାକିସ୍ତାନର କରାଚୀରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ‌ ହୋଇଛି ଧୂଳି ଝଡ଼। ଭାରତର ଦକ୍ଷିଣ ରାଜସ୍ଥାନ ଓ ଗୁଜୁରାଟରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ୧୨ଘଣ୍ଟା ପର୍ଯ୍ୟନ୍ତ ଧୂଳି ଝଡ଼ର ପ୍ରଭାବ […]
ବିଶାଳକାୟ ଧୂଳି ଝଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial