ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା : ଆମରଣ ଅନଶନ ପାଇଁ ଚେତାବନୀ

ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ସୂଚାନୁଯାଇ ଭଦ୍ରକ ବ୍ଲକ କେଦାରପୁର ଗ୍ରାମପଞ୍ଚାୟତର ଏକ ନମ୍ବର ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣ ଭୋଟର ପଞ୍ଚାୟତ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବିଧାନସଭା ଭୋଟର ତାଲିକାରେ ୱାର୍ଡର ସମସ୍ତ ଭୋଟରଙ୍କ ନାମ ଥିବାବେଳେ ଏଥର ୨୦୨୨ରେ ନୂତନକରି ପଞ୍ଚାୟତ ଭୋଟର ତାଲିକାରୁ ୫୪ ଜଣ ଭୋଟର ବାଦ ପଡିଛନ୍ତି। ଚଞ୍ଚକତା କ୍ରମେ ଅନ୍ୟ ୱାର୍ଡର ୫୪ ଭୋଟରଙ୍କ ନାମ ଦରଜ କରିବା ସହ ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେସନ ସର୍ବସାଧାରଣରେ ନ କରାଇ ୫୪ ଭୋଟରଙ୍କ ନାମକୁ ବାଦ କରି ଭୋଟରଙ୍କ ନିରପେକ୍ଷ ଭୋଟ ଦେବାରୁ ସେମାନଙ୍କୁ ବଞ୍ଚିତ କରିଛନ୍ତି। ଯାହା ଚୂଡାନ୍ତ ତାଲିକା ପ୍ରକାଶନରୁ ଜାଣିବାକୁ ପାଇଥିଲେ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏ ବାବଦରେ ଜିଲ୍ଲାପାଳ, ଭଦ୍ରକ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି ଗ୍ରାମବାସୀ। ତେବେ ଯଦି ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ମାମଲା ଉପରେ ନଜର ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଗ୍ରାମବାସୀ ଆନ୍ଦୋଳାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଥିବା ବେଳେ ଭୋଟର ଲିଷ୍ଟ ସଂଶୋଧନ କରା ନଗଲେ ମତଦାନ ସମୟରେ ବୁଥରେ ତାଲା ପକେଇବେ ବୋଲି କହିଛନ୍ତି ଗ୍ରାମବାସୀ।

Share Now:

Kalinga News Beuro

Next Post

କଟକ ମାଟିର ପୁଅ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ

Sun Jan 23 , 2022
ଭୁବନେଶ୍ୱର : ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ କଟକ ସହରର ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଆଉ କିଶୋର କଟିଛି କଟକ ସହର ପାଣି ପବନରେ। ଷ୍ଟିୱାର୍ଟ ସ୍କୁଲ୍‌ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ)ରୁ ବାଲ୍ୟଶିକ୍ଷା ଆରମ୍ଭ କରିଥିବା ‌ସୁଭାଷ ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍‌ […]
ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial