୧୫୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌ : ନିଫ୍‌ଟି ବ୍ୟବସାୟ ୧୭,୨୦୦ ପଏଣ୍ଟ୍‌ ତଳେ

୧୫୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌

ମୁମ୍ବାଇ: ପ୍ରତିକୂଳ ବୈଶ୍ବିକ ପ୍ରଭାବରୁ ଆଜିକୁ ମିଶାଇ କ୍ରମାଗତ ୫ ଦିନ ଧରି ଭାରତୀୟ ସେୟାର୍‌ ମାର୍କେଟ୍‌ ନିମ୍ନଗାମୀ ହୋଇଛି। ନିବେଶକମାନେ ‘ଫେଡେରାଲ୍‌ ରିଜିର୍ଭ’ ବୈଠକକୁ ପ୍ରତୀକ୍ଷା କରୁଥିବାରୁ ଏସୀୟ ସେୟାର୍‌ ବଜାର ତଳକୁ ଖସୁଥିବା କୁହାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ଦିନ ୧:୪୪ ସୁଦ୍ଧା ୩୦-ସେୟାର୍‌ ‘ବିଏସ୍‌ଇ ସେନ୍‌ସେକ୍ସ୍‌ ପ୍ୟାକ୍‌’ ୧,୫୦୫ ପଏଣ୍ଟ୍‌ ବା ୫୭,୫୩୨ରେ ୨.୫୫% ନିମ୍ନଗାମୀ ହୋଇଛି। ସେହିପରି, ‘ବ୍ରଡର୍‌ ଏନ୍‌ଏସ୍‌ଇ ନିଫ୍‌ଟି’ ୪୫୫ ପଏଣ୍ଟ୍‌ ବା ୧୭,୧୬୨ରେ ୨.୫୮% ତଳକୁ ଖସିଛି। ‘୧୦୦ ସୂଚକାଙ୍କ ନିଫ୍‌ଟି ମିଡ୍‌ କ୍ୟାପ୍‌’ ୩.୩୭% ଏବଂ ସ୍ମଲ୍‌-କ୍ୟାପ୍‌ ସେୟାର୍‌ ୪.୨୦%ରୁ କମ୍‌ରେ ବ୍ୟବସାୟ କରୁଥିବାରୁ ‘ମିଡ୍‌’ ଏବଂ ‘ସ୍ମଲ୍‌-କ୍ୟାପ୍‌’ ସେୟାର୍‌ଗୁଡ଼ିକ ‘ନେଗେଟିଭ୍‌ ଜୋନ୍‌’ରେ ରହିଥିଲେ।

Share Now:

Kalinga News Beuro

Next Post

ମଣ୍ତିରୁ ଧାନ ନ ଉଠିବାରୁ ରାସ୍ତା ଅବରୋଧ କଲେ ଚାଷୀ

Mon Jan 24 , 2022
ମାଥିଲି: ମଣ୍ଡିରୁ ଉଠୁନି ଧାନ। ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ମଣ୍ତିରେ। ଗତ ଏକ ସପ୍ତାହ ହେବ ମଣ୍ତିରୁ ଧାନ ଉଠୁନଥିବାବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ତିରେ ପଡି ରହିଛି। ତେବେ ମଣ୍ତିରୁ ଧାନ ଉଠାଇବାକୁ ପଦକ୍ଷେପ ନେଉନାହିଁ ପ୍ରଶାସନ। ଏପଟେ ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟକରି ବର୍ଷତମାମ ଧାରକରଜ କରି […]
ରାସ୍ତା ଅବରୋଧ କଲେ ଚାଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial