ମଣ୍ତିରୁ ଧାନ ନ ଉଠିବାରୁ ରାସ୍ତା ଅବରୋଧ କଲେ ଚାଷୀ

ରାସ୍ତା ଅବରୋଧ କଲେ ଚାଷୀ

ମାଥିଲି: ମଣ୍ଡିରୁ ଉଠୁନି ଧାନ। ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ମଣ୍ତିରେ। ଗତ ଏକ ସପ୍ତାହ ହେବ ମଣ୍ତିରୁ ଧାନ ଉଠୁନଥିବାବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ତିରେ ପଡି ରହିଛି। ତେବେ ମଣ୍ତିରୁ ଧାନ ଉଠାଇବାକୁ ପଦକ୍ଷେପ ନେଉନାହିଁ ପ୍ରଶାସନ। ଏପଟେ ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟକରି ବର୍ଷତମାମ ଧାରକରଜ କରି ଚାଷ କରିଥିବା ଚାଷୀ ହନ୍ତସନ୍ତ ହୋଇପଡିଥିବା ଅଭିଯୋଗ ହୋଇଛି। ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତାରୁ ନ ହଟିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ପ୍ରଶାସନ ଏଥିପ୍ରତି ଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। ସେହିପରି ଛତିଶଗଡ଼କୁ ସଂଯୋଗ କରୁଥିବା ସାଲିମି କମାରପାଲି ମୁଖ୍ୟରାସ୍ତାରେ ଧାନ ବୋଝେଇ ଗାଡ଼ି ରଖି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହରସାଲ ଶେଷ : ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ

Mon Jan 24 , 2022
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପ୍ୟାରେଡ ରିହରସାଲ ଶେଷ ହୋଇଛି। କୋଭିଡ କଟକଣାରେ ଗାନ୍ଧୀ ମାର୍ଗରେ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ପୁଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପ୍ୟାରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୁଲିସ କଣ୍ଟିଜେଣ୍ଟ ଟ୍ରୁପ୍ ଭାଗ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେବେ। କୋଭିଡ କଟକଣା ପାଇଁ ସିଭିଲ୍ […]
ପ୍ୟାରେଡ ରିହରସାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial