ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ

ପୁଲିସ ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଏ ସଂକ୍ରାନ୍ତରେ ଆଜି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଚଳିତବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୁଲିସ ପଦକ ମିଳିବ। ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ୯ ଜଣଙ୍କୁ ସାହାସିକତା ମେଡାଲ ଏବଂ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ। ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୂଷ୍ନ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ। ଏହା ସହ ସାହାସିକତା ପାଇଁ ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ‌ପୁଲିସ ପଦକ ପ୍ରଦାନ କରାଯିବ। ସେହିପରି ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଂଜୟ କୁମାର କୌଶଳ, ଡିଏସପି (ଡିଆଇବି) କମଲ ଲୋଚନ ଭୂୟାଁ, ଭିଜିଲାନ୍ସ ଡିଏସପି ସୁଜାତା ଖାଣ୍ଡୱାଲ, ସ୍ପେସାଲ ବ୍ରାଂଚ ଡିଏସପି ରଘୁନାଥ ପ୍ରସାଦ ନାୟକ,ଭୁବନେଶ୍ବର ଏସିପି ଅରୁଣ କୁମାର ସ୍ବାଇଁ,ଡ୍ରାଇଭର ହାବିଲଦାର ସେଖ୍ ଅତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା,ଏସଆଇ ମଧୂସୁଦନ ବେହେରା,ଡେପୁଟି କମାଣ୍ଡାଣ୍ଟ ଏସଓଜି ପୱଲ ଦୟାଲ , ଡିଏସପି ଅଜୟ କୁମାର ମିଶ୍ର ଏବଂ କନେଷ୍ଟବଲ ମୌଲି ମୋହନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

Share Now:

Kalinga News Beuro

Next Post

ସ୍କୁଲ୍‌ ଛାତରୁ ବର୍ଷାଜଳ ସଂରକ୍ଷଣ ଯୋଜନାରେ କୋଟି କୋଟି ଖର୍ଚ୍ଚ : ଫଳ ଶୂନ୍‌

Tue Jan 25 , 2022
କଟକ: ବର୍ଷାଦିନେ ସ୍କୁଲ ଛାତ ଉପରୁ ଜଳ ସଂରକ୍ଷଣ ପାଇଁ ଯୋଜନା କଲେ ସରକାର। ଏହି ଯୋଜନା ପ୍ରତି ସ୍କୁଲରେ ଆରମ୍ଭ ହେଲା। ସ୍କୁଲ ଛାତ ଉପରେ ବର୍ଷାଦିନେ ତଳକୁ ଗଡ଼ୁଥିବା ଜଳ ଛାତକୋଣରେ ତଳେ ଥୁଆ ହୋଇଥିବା ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହେବ। ସେଥିରୁ ପାଣି ଯିବା ପାଇଁ ଅନ୍ୟ ଏକ କୁଣ୍ଡ ରହିବ। ଏହି କୁଣ୍ଡରେ ଅଳିଆ ଆବର୍ଜନା ପଡ଼ିବ। ଉକ୍ତ ଆବର୍ଜନା ସଢ଼ି ଖତ ହେଲେ […]
ବର୍ଷାଜଳ ସଂରକ୍ଷଣ ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial