ସ୍କୁଲ୍‌ ଛାତରୁ ବର୍ଷାଜଳ ସଂରକ୍ଷଣ ଯୋଜନାରେ କୋଟି କୋଟି ଖର୍ଚ୍ଚ : ଫଳ ଶୂନ୍‌

ବର୍ଷାଜଳ ସଂରକ୍ଷଣ ଯୋଜନା

କଟକ: ବର୍ଷାଦିନେ ସ୍କୁଲ ଛାତ ଉପରୁ ଜଳ ସଂରକ୍ଷଣ ପାଇଁ ଯୋଜନା କଲେ ସରକାର। ଏହି ଯୋଜନା ପ୍ରତି ସ୍କୁଲରେ ଆରମ୍ଭ ହେଲା। ସ୍କୁଲ ଛାତ ଉପରେ ବର୍ଷାଦିନେ ତଳକୁ ଗଡ଼ୁଥିବା ଜଳ ଛାତକୋଣରେ ତଳେ ଥୁଆ ହୋଇଥିବା ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହେବ। ସେଥିରୁ ପାଣି ଯିବା ପାଇଁ ଅନ୍ୟ ଏକ କୁଣ୍ଡ ରହିବ। ଏହି କୁଣ୍ଡରେ ଅଳିଆ ଆବର୍ଜନା ପଡ଼ିବ। ଉକ୍ତ ଆବର୍ଜନା ସଢ଼ି ଖତ ହେଲେ ବଗିଚାରେ ଗଛମୂଳରେ ଦିଆଯିବ। ଏକ ଉଦ୍ଭଟ ଚିନ୍ତାକୁ ଫଳପ୍ରଦ କରିବାର ଏହା ସରକାରଙ୍କ ସରକାରଙ୍କର ବିଫଳ ଜନା କାହିଁକି କରାଯାଇଛି, ଏଥିରେ କାହାର ସ୍ବାର୍ଥ ସାଧନ ହେଉଛି ଓ କିଏ ଏଭଳି ଯୋଜନାକୁ ସୁପାରିସ କରିଛି, ତାକୁ ନେଇ ପ୍ରଶ୍ନ ଉଠିଲାତ ଉପରୁ ସବୁଦିଗକୁ ଗଡ଼ୁଥିବା ବେଳେ କେବଳ କୋଣରେ କେତେ ପଡ଼ିବ? ଏ ସଂକ୍ରାନ୍ତରେ ସିଆର୍‌ଆର୍‌ଆଇ ହାଇସ୍କୁଲର ସଂରକ୍ଷଣ ଯୋଜନାରେ ଛାତର ଶେଷ ଭାଗରେ ଠିକ୍ କୋଣମୁଣ୍ଡ ତଳେ ସିମେଣ୍ଟ କୁଣ୍ଡ ରଖାଯାଇଛି। ବର୍ଷାପାଣି ଛାତ ଉପରୁ ସବୁଦିଗକୁ ଗଡ଼ୁଥିବା ବେଳେ କେବଳ କୋଣରେ କେତେ ପଡ଼ିବ? ଏ ସଂକ୍ରାନ୍ତରେ ସିଆର୍‌ଆର୍‌ଆଇ ହାଇସ୍କୁଲର ସହକାରୀ ଶିକ୍ଷକ ଅଭୟ କୁମାର ସୁବୁଦ୍ଧି କହିଛନ୍ତି ଯେ, ଆମ ସ୍କୁଲରେ ଛାତ ଉତ୍ତରକୁ ଗଡାଣିଆ ହୋଇଛି। ଛାତର ପାଣି ଛାତର ସେହି ଦିଗକୁ ତଳକୁ ଗଡ଼ିବ। କେବଳ କୋଣରେ କେତେ ଗଡ଼ିବ ଯେ ସଂରକ୍ଷଣ ହେବ? ଏହି ଯୋଜନା ପ୍ରସ୍ତୁତ କଲା ପୂର୍ବରୁ ଯଦି ଛାତ ଗ୍ରିଡିଙ୍ଗ୍ ହୋଇ କୋଣବାଟେ ପାଣି ଗଡ଼ିବାକୁ ସୁବିଧା କରାଯାଆନ୍ତା ତେବେ ପାଣି ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହୁଅନ୍ତା। କେତେ ପାଣି ସଂରକ୍ଷଣ ହୋଇଛି ଓ ଏଥିପାଇଁ କେତେକ କ୍ଷେତ ପ୍ରସ୍ତୁତ ହୋଇଛି ବୋଲି ପଚାରିବାରୁ ସେ କହିଥିଲେ, କୋଣବାଟେ କେତେ ପାଣି ଆସିବ ଯେ, ସଂରକ୍ଷଣ ହେବ? ତା’ଛଡ଼ା, ସ୍କୁଲରେ ଆବର୍ଜନା କୁଆଡୁ ଆସିବ? କିଛି ଛିଣ୍ଡା କାଗଜ କୁଣ୍ଡରେ ପକାଇଲେ କେତେ ଖତ ବା ହେବ। ଘର ଓଳାଇଲେ ଅଳ୍ପ କିଛି ଧୂଳି ବାହାରୁଛି, ସେଥିରୁ କ’ଣ ଖତ ହେବ? ସରକାରଙ୍କ ଏହି ଯୋଜନାରେ ୯ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ, ୫୦୭ ସରକାରୀ ହାଇସ୍କୁଲ ସହିତ ଅନୁଦାନପ୍ରାପ୍ତ ସ୍କୁଲ ମିଶି ୨୫୨୭ ସ୍କୁଲ ରହିଛି। ସହରରେ ପ୍ରାୟ ସବୁ ହାଇସ୍କୁଲରେ ଏହି ଯୋଜନା ହୋଇଥିବା ଖବର ପାଇଛି। ଏ ବିଷୟରେ ମୁଁ ଅଜ୍ଞ ଅଛି, ପରେ ସବୁ ବୁଝି କହିବି ବୋଲି ସେ କହିଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଯୋଜନାରେ କିଏ କେତେ ସୁଫଳ ପାଇଛନ୍ତି ତାହା ସରକାର ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Next Post

୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ

Tue Jan 25 , 2022
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଆଗାମୀ ୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ମୌନ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ସମୟରେ କୋଭିଡ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। Share Now:
ଦୁଇ ମିନିଟ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial