ପ୍ରଥମ ଥର ପାଇଁ ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡ଼ିଲା ତିରଙ୍ଗା

ଲାଲ ଚୌକରେ ଉଡ଼ିଲା ତିରଙ୍ଗା

ନୂଆଦିଲ୍ଲୀ: ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଲେଖିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା। ଜୟ ହିନ୍ଦ୍! ଏଥିସହିତ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀନଗରର ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ତ୍ରିରଙ୍ଗା ଉଡ଼ା ଯାଇ ସଲାମି ଦିଆଯାଇଛି। ଏଥିସହିତ ସମ୍ପୂର୍ଣ୍ଣ କାଶ୍ମୀରରେ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା। ଏଥିସହିତ କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଦୁଇ ସମାଜସେବୀ ସାଜିଦ୍ ୟୁସୁଫ୍ ଏବଂ ସାହିଲ ୱସିର ଭଟ୍ଟ ଏହି ଐତିହାସିକ ସ୍ଥାନରେ ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଆତଙ୍କବାଦୀଙ୍କ ଧମକ ଯୋଗୁଁ ଲାଲ ଚୌକରେ ତ୍ରିରଙ୍ଗା ଉଡାଇବା ପାଇଁ ସ୍ଥାନୀୟ ଯୁବକ ପଛଘୁଞ୍ଚା ଦେଉଥିଲେ। ଲାଲ ଚୌକ କଶ୍ମୀରର ହଟସ୍ପଟ କ୍ଷେତ୍ର ବୋଲି ଧରାଯାଇଥାଏ। ଲାଲ ଚୌକରେ ତରଙ୍ଗା ଉଡ଼ାବାକୁ ନେଇ ଅନେକ ଥର ବିବାଦ ଲାଗି ରହିଥାଏ। କିନ୍ତୁ ଧାରା ୩୭୦ ଉଚ୍ଛେଦ ଏବଂ ଆତଙ୍କବାଦୀ ଗତିବିଧିରେ ହ୍ରାସ ପରେ ସ୍ଥାନୀୟ ଯୁବକ ଭାରତ ମାତା କି ଜୟ ନାରା ଦେବା ସହ ଲାଲ ଚୌକର ଘଣ୍ଟା ଘର ଉପରେ ତ୍ରିରଙ୍ଗା ଉଡାଇଛନ୍ତି।
ପତାକା ଉତ୍ତୋଳନ କରିବା ସହ ସାଜିଦ ୟୁସୁଫ୍ ଶାହ କହିଛନ୍ତି, ‘ଏହାର ସମସ୍ତ ଶ୍ରେୟ ଧାରା ୩୭୦ ଉଚ୍ଛେଦ କରିଥିବା ସମସ୍ତ ଲୋକଙ୍କର। ଏହା ଆମକୁ ଲାଲ ଚୌକରେ ତ୍ରିରଙ୍ଗା ଉଡାଇବାର ସୁଯୋଗ ଦେଇଛି। ଏହି ଘଟଣା ଇତିହାସରେ ପ୍ରଥମ। ’

Share Now:

Kalinga News Beuro

Next Post

କୁହୁଡି ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

Wed Jan 26 , 2022
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେ‌ବେ ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ‌ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଏହି ସମୟରେ ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। […]
କୁହୁଡି ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial