କୁହୁଡି ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

କୁହୁଡି ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେ‌ବେ ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ‌ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଏହି ସମୟରେ ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହିତ ଜାନୁଆରି ୨୬ରୁ ୨୭ ତାରିଖ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲକା ବର୍ଷା ହେବା ସହିତ ଅନ୍ୟ ସବୁସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଜାନୁଆରି ୨୮ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ଶୀତ ଲହରି ପ୍ରଭାବିତ ହେବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଯାବତ ରାଜ୍ୟର ରାୟଗଡ଼ାରେ ସର୍ବାଧିକ ୨୯.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୩.୫ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

Share Now:

Kalinga News Beuro

Next Post

କନିକା ରାଜାଙ୍କ ନାତୁଣୀ ବୋହୂ ହତ୍ୟା ଘଟଣା : ମାତୃହନ୍ତା ଗିରଫ

Wed Jan 26 , 2022
କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି। ସୂଚନାଯୋଗ୍ୟ, ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ। କଟକ ସହରର ଶ୍ରୀବିହାର କଲୋନିରେ ହତ୍ୟାର […]
ମାତୃହନ୍ତା ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial