କନିକା ରାଜାଙ୍କ ନାତୁଣୀ ବୋହୂ ହତ୍ୟା ଘଟଣା : ମାତୃହନ୍ତା ଗିରଫ

ମାତୃହନ୍ତା ଗିରଫ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି। ସୂଚନାଯୋଗ୍ୟ, ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ। କଟକ ସହରର ଶ୍ରୀବିହାର କଲୋନିରେ ହତ୍ୟାର ଶିକାର ହୋଇଛନ୍ତି ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ। ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା। ପୂର୍ବରୁ ମଧ୍ୟ ଗୋପାଳ ପରେଶ କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଥିଲା। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଚର୍ଚ୍ଚା ହେଉଛି। ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

Wed Jan 26 , 2022
ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହ ଗୁରୁପ୍ରିୟା ସେତୁ ନିକଟରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କେତକ ଅଧିକାରୀ ବି ଯୋଗ ଦେଇଥିଲେ। ଏଠାରେ ବହୁସଂଖ୍ୟକ ଲୋକ ବି ଉପସ୍ଥିତ ଥିଲେ। ଚଳିତ ମାସ ୩୦ ତାରିଖରୁ ବାଲିମେଳା ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ […]
ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial