ଆର୍ଯ୍ୟସମାଜ ଭୁବନେଶ୍ୱରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

73rd Republicday

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଆର୍ଯ୍ୟସମାଜ ଭୁବନେଶ୍ୱର ଶହୀଦନଗର ପରିସରରେ କୋଭିଡ କଟକଣା ସହିତ ଏହାକୁ ପାଳନ କରାଯାଇଛି। ଦେଶର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ବୁଦ୍ଧିଜୀବୀମାନଙ୍କ ପାଇଁ ଆମେ ଆଜି ଗର୍ବର ସହିତ ସ୍ୱାଧୀନ ଭାରତର ନାଗରିକ ବୋଲି ପରିଚିତ ହୋଇପାରୁଛେ। ତେଣୁ ଏହି ଦିବସର ମହତ୍ତ୍ୱ ସବୁଠାରୁ ଅଧିକ ବୋଲି ଅନୁଷ୍ଠାନର ସଭାପତି ଇଂ ପ୍ରିୟବ୍ରତ ଦାଶ ନିଜର ସଂକ୍ଷିପ୍ତ ଅଭିଭାଷଣରେ ପ୍ରକାଶ କରିଥିଲେ। ପ୍ରଫେସର ବିକାଶ ପଣ୍ଡା ପ୍ରତ୍ୟେକ ଭାରତୀୟ ଏହି ଦିବସକୁ ଆନ୍ତରିକତା ଓ ଜାତୀୟତା ମନୋଭାବ ସହ ପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଭାରତୀୟ ବାୟୁ ସେନାରୁ ଅବସର ନେଇଥିବା କମାଣ୍ଡର ନନ୍ଦକିଶୋର ସାମଲ ପ୍ରତ୍ୟେକ ଆର୍ଯ୍ୟସମାଜୀ ଏହି ଦିନକୁ ଶ୍ରଦ୍ଧାରେ ପ୍ରଥମେ ଘରେ ଜାତୀୟ ପତାକାକୁ ସମ୍ମାନର ସହିତ ଉତ୍ତୋଳନ କରିବା ସହ ଏହି ଦିନର ମହତ୍ତ୍ୱକୁ ବୁଝିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ସମୟ କେବଳ ଆଜିର ଦିନକୁ ନୁହେଁ ବରଂ ପ୍ରତ୍ୟେକ ଦିନକୁ ଆମେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରିବା ସହିତ ଅଖଣ୍ଡ ଭାରତକୁ ସାକାର କରିବା ପାଇଁ ଚେଷ୍ଟା କରିବାକୁ ପ୍ରଯତ୍ନ ଓ ସଂକଳ୍ପ ନେବାକୁ ଆର୍ଯ୍ୟ ସୁନୀଲ କୁମାର ଦେ ମତ ଦେଇଥିଲେ। ଏହି ଅବସରରେ କୋଷାଧ୍ୟକ୍ଷ ଜୟନ୍ତ ଦେ, ଇଂ ସୁଧାକର ପତ୍ରୀ, ପ୍ରଦ୍ୟୁମ୍ନ ଦାସ, ସଂଜୀବ ସାମଲ, ପ୍ରଶାନ୍ତ ଦାଶ, ଜଗନ୍ନାଥ ମହାନ୍ତି, ଲୀତା ଦାଶ,ଡାକ୍ତର କାନନବାଳା ମହାନ୍ତି, ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ବଜେଟ୍‌ ଅଧିବେଶନ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଜାନୁଆରି ୩୦ରେ ଡାକିଲେ ସର୍ବଦଳୀୟ ବୈଠକ

Thu Jan 27 , 2022
ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆସନ୍ତା ଜାନୁଆରି ୩୦ରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବଜେଟ୍‌ ଅଧିବେଶନର ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ପକ୍ଷଙ୍କ ଠାରୁ ସମର୍ଥନ ଲୋଡିବା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଜାନୁଆରି ୩୧ରେ ଏକ ସର୍ବଦଳୀୟ ଭର୍ଚୁଆଲ୍‌ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀ […]
ବଜେଟ୍‌ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial