ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତକୁ ମିଳିଲା ପ୍ରଥମ ରପ୍ତାନି ଅର୍ଡର

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଫିଲିପାଇନ୍‌ସର ପ୍ରତିରକ୍ଷା ମନ୍ତ୍ରାଳୟ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କିଣିବା ପାଇଁ ଶୁକ୍ରବାର ଦିନ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଏପିଏଲ୍‌ ) ସହିତ ୩୭୪ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏଥିସହ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତ ଏହାର ପ୍ରଥମ ରପ୍ତାନି ଅର୍ଡର ପାଇଛି ବୋଲି ସାମରିକ ଅଧିକାରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ-ରୁଷର ମିଳିତ ଉଦ୍ୟୋଗ ବିଏପିଏଲ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ ଉତ୍ପାଦନ କରେ। ଯାହାକି ବୁଡ଼ାଜାହାଜ, ଜାହାଜ, ବିମାନ କିମ୍ବା ସ୍ଥଳ ପ୍ଲାଟଫର୍ମରୁ ଉତ୍‌କ୍ଷେପଣ କରାଯାଇପାରିବ। ୩୭୪ ନିୟୁତ ଆମେରିକୀୟ ଡଲାରର ଚୁକ୍ତି ହେଉଛି ଭାରତ ଫିଲିପାଇନ୍‌ସର ନୌସେନାକୁ କୂଳ ଭିତ୍ତିକ ଜାହାଜ ବିରୋଧୀ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଯୋଗାଇବା ବୋଲି ସାମରିକ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ବିଏପିଏଲ୍‌ ଜାନୁଆରି ୨୮, ୨୦୨୨ରେ ଫିଲିପାଇନ୍‌ସକୁ କୂଳ ଭିତ୍ତିକ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯୋଗାଣ ପାଇଁ ଫିଲିପାଇନ୍‌ସ ଗଣତନ୍ତ୍ରର ଜାତୀୟ ପ୍ରତିରକ୍ଷା ବିଭାଗ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ବିଏପିଏଲ ହେଉଛି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର ଏକ ମିଳିତ ଉଦ୍ୟୋଗ। ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଚୁକ୍ତି ଭାରତ ସରକାରଙ୍କ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ତେବେ, ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ କ୍ରୟ କରିବା ପାଇଁ ଭାରତ ସହ ଫିଲିପାଇନ୍‌ସ ଚୁକ୍ତି ସ୍ୱାକ୍ଷରିତ କରିଛି, ତାହା ଜଣାପଡ଼ି ନାହିଁ।

Share Now:

Kalinga News Beuro

Next Post

ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ବିପକ୍ଷରେ ଶାସ୍ତ୍ରୀ

Fri Jan 28 , 2022
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଏହି ଚର୍ଚ୍ଚା ଚାଲିଛି ଯେ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବେ ? ଏ ବିଷୟରେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ନିଜର ମତ ପ୍ରକାଶ କରି କହିଛନ୍ତି, ଜସପ୍ରୀତ ବୁମରାଙ୍କୁ ଅଧିନାୟକ ପଦବୀ ଦିଆଯିବା ଉଚିତ ନୁହେଁ। ସୋଏବ […]
ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ବିପକ୍ଷରେ ଶାସ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial