କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା: ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରିବାକୁ ଦାବି

କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରାନଯିବାକୁ ନେଇ ଏଭଳି ଘଟିଥିବା ଜଣାଯାଇଛି। ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମୁଖରେ ଚୁକ୍ତିଭିତ୍ତିକ କର୍ମଚାରୀ ଧାରଣା ଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲ ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ୪ ମାସର ଦରମା ମିଳିନାହିଁ। ଏହା ସହିତ କୋଭିଡ ପାଇଁ ଯେଉଁ ସହାୟତା ରାଶି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଦାନକୁ ଦିଆଯାଇଥିଲା ତାହା ମଧ୍ୟ ମିଳିନାହିଁ। ତେଣୁ ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି। ଯଦି ଦାବି ପୂରଣ ନ ହୁଏ ତେବେ ଲ୍ୟାବର କୌଣସି କାମ କରାଯିବ ନାହିଁ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ଆସିଲା ଫେବୃଆରୀ ଗାଇଡଲାଇନ୍: ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ

Mon Jan 31 , 2022
ସରସ୍ୱତୀ ପୂଜା ଓ ମାଘ ସପ୍ତମୀ ପାଇଁ କଟକଣା ଭୁବନେଶ୍ବର: ଫେବୃଆରୀ ମାସ ଲାଗି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ପରଦିନ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି କୁହାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ। ସମସ୍ତ ସରକାରୀ […]
ଫେବୃଆରୀ ଗାଇଡଲାଇନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial