ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ହେଲା ୪ଟି ବାଇପାସ ସର୍ଜରୀ

ସୁନୀଲ ଗ୍ରୋଭର

ମୁମ୍ବାଇ: ପ୍ରାୟ ୧ମାସ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ଗତ ଜାନୁଆରି ୮ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ସାମାନ୍ୟ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ତେବେ ୪ଟି ବାଇପାସ ସର୍ଜରୀ ପରେ ଏବେ ସେ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଏବେ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଜଡ଼ିତ ତଥ୍ୟ ଦେଇଛନ୍ତି। ଡାକ୍ତରଙ୍କ କହିବା ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସୁନୀଲ ଗ୍ରୋଭର ଜାନୁଆରି ୮ରେ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହାସ୍ୟ ଅଭିନେତାଙ୍କର ହାର୍ଟ ଏନଜାଇମ୍ ସ୍ତର ବୃଦ୍ଧି ପାଇଥିବା ଦେଖାଯାଇଥିଲା ଓ ସାମାନ୍ୟ ହୃଦଘାତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଏହା ପରେ ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ହୃଦ ସମସ୍ୟ ପାଇଁ ସୁନୀଲଙ୍କୁ ଔଷଧ ଦିଆଯିବା ସହ ୧୨ ଦିନ ପରେ ତାଙ୍କର କରୋନାରୀ ଆଞ୍ଜିଓଗ୍ରାମ କରାଯାଇଥିଲା। ଏହା ପରେ ତାଙ୍କ ହୃଦୟରେ ବ୍ଲକେଜ ଥିବା ଜଣାପଡ଼ିଥିଲା, ଯେଉଁଥିପାଇଁ ତାଙ୍କର ୪ଟି ବାଇପାସ ସର୍ଜରୀ କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

Share Now:

Kalinga News Beuro

Next Post

୭ରୁ ଏମ୍‌ସ ଭୁବନେଶ୍ୱରରେ ପୁନର୍ବାର ଆରମ୍ଭ ହେବ ଓପିଡି ସେବା: ଡା. ଏସ୍‌ଏନ୍‌ ମହାନ୍ତି

Fri Feb 4 , 2022
ଭୁବନେଶ୍ବର: ଏମ୍‌ସ ଭୁବନେଶ୍ୱରରେ ଚଳିତ ମାସ ୭(ସୋମବାର)ଠାରୁ ପୁନର୍ବାର ଓପିଡି ସେବା ଆରମ୍ଭ ହେବ। କୋଭିଡ୍‌ ସ୍ଥିତିରେ ଆସିଥିବା ସୁଧାରକୁ ଅନୁଶୀଳନ କରିବା ସହିତ ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍‌ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏସ୍‌ ଏନ୍ ମହାନ୍ତି ପ୍ରକାଶ କରିଛନ୍ତି। ଏନେଇ ଅନୁଷ୍ଠାନର କୋଭିଡ୍‌ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ଧୀରେ ଧୀରେ ହ୍ରାସ ପାଉଥିବା କୋଭିଡ୍‌ […]
୭ରୁ ଏମ୍‌ସ ଭୁବନେଶ୍ୱର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial