ଅନ୍ତିମ ଯାତ୍ରାରେ ସ୍ବର ସମ୍ରାଜ୍ଞୀ : ଶେଷକୃତ୍ୟରେ ସାମିଲ ହେଲେ ବିଶିଷ୍ଟ ନେତା-ଅଭିନେତା

ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ବର ସମ୍ରାଜ୍ଞୀ। ଏବେ କେବଳ ସ୍ମୃତିରେ ରହିବେ କୋକିଳକଣ୍ଠୀ ଲତା ମଙ୍ଗେସକର। ନିଜ ପରିବାର ଓ ପ୍ରଶଂସକଙ୍କୁ ପଛରେ ଛାଡ଼ି ଏବେ ଅନ୍ତିମ ବିଦାୟ ନେବାକୁ ଯାଉଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏବେ ତାଙ୍କୁ ଶିବାଜୀ ପାର୍କ ଗ୍ରାଉଣ୍ଡକୁ ନିଆଯାଉଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନର ସହିତ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶେଷକୃତ୍ୟ ପାଇଁ ଶ୍ମଶାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, ବଲିଉଡ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଶ୍ରଦ୍ଧା କପୁର, ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ପହଞ୍ଚିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ଅନ୍ୟପକ୍ଷରେ, ଲତାଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଦେଶରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ତାଙ୍କ ମରଶରୀରକୁ ଶିବାଜୀ ପାର୍କରେ ଲୋକମାନଙ୍କ ଦର୍ଶନ ପାଇଁ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ‌‌ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ଆଜି ସକାଳେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।

Share Now:

Kalinga News Beuro

Next Post

ନୋ ପାର୍କିଂ ଜୋନ୍‌ରେ ପାର୍କିଂ: ବିନା ରସିଦ୍‌ରେ ଫି’ ଆଦାୟ

Sun Feb 6 , 2022
ବିଏମ୍‌ସି ଓ ପୁଲିସ ନିୟମକୁ ପାର୍କିଂ ଠିକାସଂସ୍ଥାର ଫୁ’ ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଯେତେ ପଦକ୍ଷେପ ନିଆଗଲେ ବି ଫଳ ଶୂନ। ବିଶେଷକରି ପାର୍କିଂ ବ୍ୟବସ୍ଥା‌ରେ କିଛି ବି ସୁଧାର ଆସିବା‌ ପରିଲକ୍ଷିତ ହେଉନାହିଁ। ଏବେ ପାର୍କିଂ ଠିକାସଂସ୍ଥାମାନେ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ପାର୍କିଂ ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ନୋ ପାର୍କିଂ ଜୋନ୍‌ରେ ପାର୍କିଂ […]
ନୋ ପାର୍କିଂ ଜୋନ୍‌ରେ ପାର୍କିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial