ପୁଣି ମାଓବାଦୀଙ୍କ ହିଂସା : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଯବାନ ଆହତ

ପୁଣି ମାଓବାଦୀଙ୍କ ହିଂସା

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ୧୫୩ ସିଆରପିଏଫ ବାଟାଲିୟନର ଯବାନ ଚିନ୍ନାକୋଡେଲପାଲ ଅଞ୍ଚଳକୁ ସର୍ଚ୍ଚ ଅପରେସନ କରିବାକୁ ଯାଇଥିଲେ। ଏହି ଜଙ୍ଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ, ଯାହାଫଳରେ ୪ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନେ ହେଲେ ଡେପୁଟି କମାଣ୍ଡାଣ୍ଟ ପଲଵାନ ବିଶ୍ବାସ, ଏଏସଆଇ ସଦାଶିବ ୟାଦବ, ହାବିଲଦାର ରାଜୀବ ରଞ୍ଜନ ଏବଂ କନେଷ୍ଟବଲ ଓମ ପ୍ରକାଶ। ଏମାନଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ଯବାନ ଏହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ପୁଲିସ କହିଛି।

Share Now:

Kalinga News Beuro

Next Post

ଆସନ୍ତା ୧୨ ତାରିଖ ଠାରୁ ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ

Tue Feb 8 , 2022
ଭୁବନେଶ୍ୱର: ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ର ୩ୟ ଲହର ହ୍ରାସ ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କରୋନା କଟକଣା ନେଇ ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଏମ୍‌ଏସ୍‌ ଆଦେଶନାମା ଜାରି କରିଛି। ଆଦେଶନାମାରେ କୁହାଯାଇଛି ଯେ, […]
ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial