୨ୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଲା ଭାରତ, ସିରିଜ ବିଜୟୀ

ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ ୨-୦ରେ। ଭାରତ ଦ୍ବାରା ରଖାଯାଇଥିବା ୨୩୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା। ଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ ଓ ଅକିଲ ହୁସେନ ୩୪ ରନ କରିଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ ଶାର୍ଦ୍ଦୁଲ ଠାକୁର ୨ଟି ଓ୍ବିକେଟ ନେଇଥିଲେ। ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୫ ରନରେ ହରାଇଥିଲେ। ପରେ ଋଷଭ ପନ୍ତ ଓ ବିରାଟ କୋହଲି ୧୮ ରନ ଲେଖାଁ କରି ଆଉଟ ହୋଇଥିଲେ। ତେବେ କେ.ଏଲ୍. ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରାହୁଲ ୪୯ ରନ କରି ଆଉଟ ହୋଇଥିବାବେଳେ ଯାଦବ ସର୍ବାଧିକ ୬୪ ରନ କରିଥିଲେ। ସେହିପରି ଦୀପକ ହୁଦା ୨୯ ଓ ଓ୍ବାସିଂଟନ ସୁନ୍ଦର ୨୪ ରନ କରିଥିଲେ । ଇଣ୍ଡିଜ ପକ୍ଷରୁ ଓଡିଆନ ସ୍ମିଥ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ଫେବୃଆରୀ ୧୪ରୁ ନୁହେଁ ୨୮ରୁ ବିଦ୍ୟାଳୟ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

Thu Feb 10 , 2022
ଭୁବନେଶ୍ବର: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ତିନି ଦିନ ପରେ ଅର୍ଥାତ ଆସନ୍ତା ୧୪ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକକ ଖୋଲିବ। ପ୍ରାଥମିକ ବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ କ୍ଲାସ କରିବାକୁ ଆସିବେ ନାହିଁ। ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ଅଫ୍‌ଲାଇନ୍‌ରେ କ୍ଲାସ କରିବା ପାଇଁ ଆହୁରି ଅଧିକ ଦୁଇ ସପ୍ତାହ ଲାଗିବ। ଅର୍ଥାତ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ […]
ଫେବୃଆରୀ ୧୪ରୁ ନୁହେଁ ୨୮ରୁ ବିଦ୍ୟାଳୟ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial