ଅଷ୍ଟ୍ରେଲିଆ ଓପନ୍‌ରେ ଖେଳିବେନି ସାନିଆ

କୋଲ୍‌କାତା: ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳିବେନି। ତାଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ପ୍ରତିଯୋଗିିିତାରେ ଭାଗ ନେବେ ନାହିଁ। ଜୟଦୀପ ମୁଖାର୍ଜୀ ଏକାଡେମିଠାରେ ଚାଲିଥିବା ପ୍ରେମ୍‌ଜିତ ଲାଲ୍‌ ଆମନ୍ତ୍ରଣୀୟ ଟେନିସ୍‌ ପ୍ରତିଯୋଗିତା ଅବସରରେ ସାନିଆ ଏନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ମୁଁ ମୋ ଡାକ୍ତରଙ୍କୁ ଦୁଇ ମାସ ତଳେ ଆଣ୍ଠୁ ଯନ୍ତ୍ରଣା ବିଷୟରେ କହିଥିଲି। ସେମାନେ ମୋତେ ଦୁଇ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଯଦି ଯନ୍ତ୍ରଣା ଲାଘବ ନହୁଏ ତେବେ ଅସ୍ତ୍ରୋପଚାର କିମ୍ବା ଇଞ୍ଜେକ୍‌ସନ୍‌ ମାଧ୍ୟମ ଗ୍ରହଣ କରିବାକୁ କହିଥିଲେ। ଏବେ ଯନ୍ତ୍ରଣା କମିବାର ନାହିଁ। ଫଳରେ ଅସ୍ତ୍ରୋପଚାର କିମ୍ଭା ଦୁଇଟି ଇଞ୍ଜେକ୍‌ସନ୍‌ ନେବାକୁ ପଡ଼ିବ। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ମୁଁ ଖେଳିପାରିବିନି ବୋଲି ସାନିଆ କହିଥିଲେ। ତେବେ ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ବେଳକୁ କୋର୍ଟକୁ ଫେରି ଆସିଥିବି ବୋଲି ସାନିଆ ଆଶା ପ୍ରକଟ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ସନ୍ନି ଲିଓନଙ୍କ ଫ୍ୟାନଙ୍କୁ ଝଟ୍‌କା: ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ବେଙ୍ଗାଲୁରୁ ଗସ୍ତ ଉପରେ ରୋକ୍‌

Sun Dec 17 , 2017
ବେଙ୍ଗାଲୁରୁ: ନୂଆବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ‘ସନ୍ନି ନାଇଟ୍‌’ କାର୍ଯ୍ୟକ୍ରମରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍‌ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ ବୋଲି କର୍ଣ୍ଣାଟକ ରକ୍ଷଣ ବୈଦିକ୍‌ ଯୁବ ସେନା ଧମକ ଦେବାପରେ ଏହି କାର୍ଯ୍ୟକ୍ରମରେ ସନ୍ନିଙ୍କ ଯୋଗଦାନ ଉପରେ ନିଷେଧାଦେଶ ଲଗାଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକର ଗୃହମନ୍ତ୍ରୀ ଆର୍‌.ରାମଲିଙ୍ଗା ରେଡ୍ଡୀ କହିଛନ୍ତି କି, ‘ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial