ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଖେଳାଯାଉଥିବା ୨ୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା। ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ। ରୋହିତ ୧୯ରନ କରି ଆଉଟ ହୋଇଥିଲେ ବି ବିରାଟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ବେଳକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ। ପନ୍ତ ୫୨ ରନ କରିଥିବାବେଳେ ଆୟର ୩୩ ରନ କରିଥିଲେ। ଭାରତ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି। ଚଳିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା। ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିବାବେଳେ ଭାରତ ୪ ଓ୍ବିକେଟ ହରାଇ ୧୬୨ ରନ କରି ମ୍ୟାଚ ଜିତିନେଇଥିଲା।

Share Now:

Kalinga News Beuro

Next Post

ଆଗାମୀ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ଓଇଆରସିଙ୍କୁ ଶକ୍ତି ବିଭାଗର ଅନୁରୋଧ

Sat Feb 19 , 2022
ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି। ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ […]
ବିଜୁଳି ଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial