ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ

ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି

ନିଶ୍ଚିନ୍ତ‌କୋଇଲି: ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ନିଶ୍ଚିନ୍ତକୋଇଲି ଠାରେ କେନ୍ଦ୍ରପଡ଼ା-କଟକ ରାସ୍ତାରୋକ କ‌ରିଛନ୍ତି ଗ୍ରାମବାସୀ। ପଞ୍ଚାୟତ ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ୍‌ ରହିଥିବାବେଳେ ସେଠାରେ ଲାଇଟ ନଥିବା ସହ କୌଣସି ସୁରକ୍ଷା ନଥିବାରୁ ସୁକରପଡ଼ା ପଞ୍ଚାୟତବାସୀ ହଜାର ହଜାର ସଂଖ୍ୟାରେ କେନ୍ଦ୍ରପଡ଼ା-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନାଅନୁଯାୟୀ, ପଞ୍ଚାୟତ ନିର୍ବାଚନ ୨୦୨୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷାକୁ ନେଇ ଗ୍ରାମବାସୀ ମାନେ ରାସ୍ତ ରୋକ କରିଛନ୍ତି। ତେବେ ଗ୍ରାମର ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ ରହିଥିବା‌ବେଳ ସେଠାରେ ବିଦ୍ୟୁତ୍‌ ନଥିବା ସହ କୌଣସି ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇନାହିଁ। ଷ୍ଟ୍ରଙ୍ଗ ରୁମ୍‌ ଅସୁରକ୍ଷିତ ରହିଥିବା ଅଭିଯୋଗ କରି ସୁକରପଡ଼ା ପଞ୍ଚାୟତବାସୀ ନିଶ୍ଚିନ୍ତକୋଇଲି ଠାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Share Now:

Kalinga News Beuro

Next Post

ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ: ଉଦ୍ଧାର ନାବାଳିକାକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର

Sat Feb 19 , 2022
ଭୁବନେଶ୍ୱର: ରାଜ୍ୟରେ ଏବେ ବି ଚାଲିଛି ବାଲ୍ୟ ବିବାହ। ଖୋଦ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ଅଟକାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ନିକଟ ଡୁମୁଡୁମାରେ ବିବାହ ଚାଲିଥିବା ବେଳେ ପୁଲିସ୍ ଅଟକାଇଥିଲା। ପୁଲିସ୍, ଚାଇଲ୍ଡ ଲାଇନ୍ ଓ ସିଡିପିଓ ମିଳିତ ଚଢାଉ କରି ବିବାହ ଅଟକାଇଥିଲେ। ଉଦ୍ଧାର ନାବାଳିକାକୁ ଚାଇଲ୍ଡଲାଇନକୁ ପ୍ରଶାସନ ହସ୍ତାନ୍ତର କରିଛି। କୁହାଯାଉଛି ଯେ କନ୍ୟାକୁ ବାହାଘର ବୟସ ହୋଇନଥିବା […]
ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial