ମା’ ଓ ଝିଅକୁ ଯୌନ ନିର୍ଯାତନା ଓ ବ୍ଲାକମେଲ ଅଭିଯୋଗରେ ବିଜେପି ନେତାଙ୍କ ସହଯୋଗୀ ଗିରଫ

ମା’ ଓ ଝିଅକୁ ଯୌନ ନିର୍ଯାତନା

ଅନନ୍ତନାଗ: ଯୌନ ଶୋଷଣ ସହ ବ୍ଲାକମେଲ କରୁଥିବା ଅଭିଯୋଗ ଆଧାରରେ ଜମ୍ମୁ-କଶ୍ମୀର ଅନନ୍ତନାଗର ସ୍ଥାନୀୟ ଅଦାଲତ କୋକେରନାଗ ପୁଲିସକୁ ବିଜେପି ନେତା ମହମ୍ମଦ ସିଦ୍ଦିିକ ଖାନ ଏବଂ ସହିଦ ଅହମ୍ମଦ ଭଟ୍ଟଙ୍କ ବିରୋଧରେ ମାମଲା ଆଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜନୈକା ମା-ଝିଅ ଯୋଡି ସେମାନଙ୍କୁ ଯୌନ ନିର୍ଯାାତନା ଦିଆଯିବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ନେଇ ମାଜିଷ୍ଟ୍ରେଟଙ୍କ ନିକଟକୁ ଆସିଥିଲେ। ଏବଂ ଏ ସଂପର୍କରେ ରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ତେବେ, ଅଭିଯୋଗକାରୀଙ୍କ ଦ୍ୱାରା ଆଗତ ଅଭିଯୋଗରେ ଅପରାଧର ପ୍ରକୃତି ଏବଂ ଗମ୍ଭୀରତାକୁ ଧ୍ୟାନ ଦେଇ ଅଦାଲତ କହିଛନ୍ତି ଯେ ଏ ଘଟଣା ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏହି ମାମଲାର ଉପଯୁକ୍ତ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଓ ତଦନ୍ତ ଆବଶ୍ୟକ। ଏହାପରେ ଅଦାଲତ ଆବେଦନର ଆଦେଶ ଏବଂ ନକଲ କୋକେରନାଗ ପୁଲିସ ଷ୍ଟେସନକୁ ପଠାଇବା ପରେ ଭାରତୀୟ ଦଣ୍ଡବିଧି ସଂହିତାର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଅଭିଯୋଗକାରୀଙ୍କର ଆଶଙ୍କା ଅଛି ଯେ ଅଭିଯୁକ୍ତମାନେ ଅତ୍ୟଧିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେମାନେ ଅଭିଯୋଗକାରୀଙ୍କ ସାକ୍ଷୀମାନଙ୍କୁ ସହିତ ବାଧା ଦେବା ସହ ଘଟଣାର ପ୍ରମାଣକୁ ନଷ୍ଟ କରିପାରନ୍ତି। ତେଣୁ, ଅଭିଯୋଗକାରୀ/ପୀଡିତାଙ୍କ ଆଇନ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଥିବାରୁ ଅଭିଯୁକ୍ତ /ଅପରାଧୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ନିନ୍ଦନୀୟ କାର୍ଯ୍ୟ ସମ୍ବନ୍ଧରେ ନ୍ୟାୟ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏବେ, ଏଫଆଇଆର ପଞ୍ଜୀକୃତ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Share Now:

Kalinga News Beuro

Next Post

ଉପକଣ୍ଠରେ ବାଲି ମାଫିଆଙ୍କ ରାଜ୍‌ : ପ୍ରଦୂଷଣରେ ନୟାନ୍ତ

Tue Feb 22 , 2022
ଲୋକ ଜାଲ୍‌ ୱାଇ ଫର୍ମରେ ରାଜସ୍ବ ଲୁଟ୍‌ ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଚାଲିଛି ବାଲିମାଫିଆଙ୍କ ରାଜ୍‌। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଦୈନିକ ହଜାର ହଜାର ଟ୍ରିପ୍‌ ବାଲି ଚୋରା ଚାଲଣ କରାଯାଉଛି। ନା ଅଛି ପ୍ରଶାସନକୁ ଭୟ, ନା ଅଛି ସରକାରୀ ନିୟମକୁ ଖାତିର। ଖୁଲମଖୁଲା ଦିନରାତି ଚୋରି ହେଉଛି ଲଘୁ ଖଣିଜ ପଦାର୍ଥ। ରାଜସ୍ବ ଓ ପ୍ରଦୂଷଣ ନିୟମକୁ ଫୁ’ କରି ଲୋକଙ୍କ ଜୀବନକୁ ବିପଦ ମୁହଁକୁ […]
ଲୋକ ଜାଲ୍‌ ୱାଇ ଫର୍ମରେ ରାଜସ୍ବ ଲୁଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial