ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ରାଷ୍ଟ୍ରପତି

କ୍ଵିଭ: ‘ଆମେ ନାଟୋ ଓ ଆମେରିକା ଠାରୁ ଆଶା କରିଥିଲୁ ଯେ ଋଷ ବିରୋଧରେ ଯୁଦ୍ଧରେ ସେମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସେନା ପଠାଇବାକୁ ମନା କିରଦେଲେ। ପୂରା ଦୁନିଆ ଆମକୁ ଏକା ଯୁଦ୍ଧ ଲଢିବାକୁ ଛାଡିଦେଲା।’ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର ଜେଲେଂସ୍କି ବୟାନ ଜାରି କରି ଏକଥା କହିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜେଲେଂସ୍କି ଋଷ ଆକ୍ରମଣର ପ୍ରଥମ ଦିନର ଶେଷରେ ରାଷ୍ଟ୍ରକୁ ସମ୍ବୋଧନ କରି ଏକ ଭିଡିଓରେ କହିଛନ୍ତି, ‘ଆମକୁ ନିଜ ଦେଶର ରକ୍ଷା କରିବା ପାଇଁ ଏକା ଛାଡି ଦିଆଗଲା। ୟୁକ୍ରେନ ଏବେ ନିଜ ସାମର୍ଥ୍ୟ ଅନୁସାରେ ଋଷ ବିରୋଧରେ ଯୁଦ୍ଧ ଲଢିବ। ଆମ ସହିତ ଲଢିବାକୁ କିଏ ପ୍ରସ୍ତୁତ ଅଛି ? ମୋତେ କେହି ଦେଖାଯାଉ ନାହାନ୍ତି। ୟୁକ୍ରେନକୁ ନାଟୋର ସଦସ୍ୟତା ଦେବାପାଇଁ କିଏ ପ୍ରସ୍ତୁତି ଅଛି ? ସମସ୍ତେ ଡରୁଛନ୍ତି। ଜ୍ମିନଇ ଦ୍ଵୀପର ରକ୍ଷା କରିବା ପାଇଁ ସୀମାରେ ମୁତୟନ ହୋଇଥିବା ୟୁକ୍ରେନୀୟ ସେନା ବୀରତାର ପରିଚୟ ଦେଇଛନ୍ତି। ସେମାନେ ଶହୀଦ ହୋଇଗଲେ କିନ୍ତୁ ଋଷ ସେନା ଆଗରେ ଆତ୍ମସମର୍ପଣ କଲେ ନାହିଁ। ଯେଉଁମାନେ ଶହୀଦ ହୋଇଛନ୍ତି ସେମାନଙ୍କୁ ୟୁକ୍ରେନ ସରକାରଙ୍କ ପକ୍ଷରୁ ମରଣୋତ୍ତର ୟୁକ୍ରେନର ନାୟକ ଭାବେ ସମ୍ମାନିତ କରାଯିବ। ୟୁକ୍ରେନ ପାଇଁ ନିଜ ଜୀବନ ଦେଇଥିବାରୁ ସେମାନଙ୍କୁ ସବୁବେଳେ ମନେ ରଖାଯିବ।’

Share Now:

Kalinga News Beuro

Next Post

ପରଲୋକରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

Fri Feb 25 , 2022
ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି। ଏ ସମ୍ପର୍କରେ ତାଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଜନ୍ମ ଏବର ଝାରସୁଗୁଡ଼ା ଜିଲ୍ଲାର ବଣଜଙ୍ଗଲ ଘେରା ଠାକୁରପଡ଼ାରେ ଡିସେମ୍ବର ୧ ୧୯୩୯ରେ ହୋଇଥିଲା। ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର […]
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial