ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ଭିକ୍ଷା

ସାହାଯ୍ୟ ମାଗିଲେ ୟୁକ୍ରେନୀୟ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଋଷର ସାମ୍ନା କରିବା ପାଇଁ ସାହାଯ୍ୟ କରିବାକୁ ୟୁକ୍ରେନ କ୍ରମାଗତ ଭାବରେ ସମସ୍ତଙ୍କୁ ନିବେଦନ କରୁଥିବା ବେଳେ ଏବେ ସାହାଯ୍ୟ ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ସେ ଲେଖିଛନ୍ତି ଯେ, ଆଜି ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛି। ଦେଶରେ ଥିବା ଯୁଦ୍ଧର ସ୍ଥିତି ବିଷୟରେ ତାଙ୍କୁ ଅବଗତ କରାଇଛି। ୟୁକ୍ରେନରେ ଏବେ ୧୦୦,୦୦୦ରୁ ଅଧିକ ଆକ୍ରମଣକାରୀ ଅଛନ୍ତି। ସେମାନେ ଚତୁରତାର ସହ ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଜାତିସଂଘ ନିରାପତ୍ତା ପରିଷଦରେ ଆମକୁ ରାଜନୈତିକ ସମର୍ଥନ ଦେବାକୁ ଅନୁରୋଧ କରିଛି। ଏହା ପୂର୍ବରୁ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରି ଶନିବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଆମେରିକାଦ୍ବାରା ପ୍ରାୟୋଜିତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍‌. ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନ୍‌ର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଖୁବ୍‌ ବିଚଳିତ। ଆମର ଅନୁରୋଧ ତୁରନ୍ତ ହିଂସା ଓ ଶତ୍ରୁତା ବନ୍ଦ ପାଇଁ ସମସ୍ତ ଉଦ୍ୟମ କରାଯିବା ଉଚିତ। ମାନବ ଜୀବନ ମୂଲ୍ୟ ବିନିମୟରେ କେବେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଦୁଃଖର ବିଷୟ ସମସ୍ୟା ସମାଧାନ ପାଇଁ କୂଟନୈତିକ ଉପାୟ ପରିହାର କରାଯାଇଛି। ପୁଣି କୂଟନୈତିକ ଉପାୟ ଖୋଜିବାକୁ ପଡ଼ିବ। ଏହି ସବୁ କାରଣ ଯୋଗୁଁ ଏହି ପ୍ରସ୍ତାବନାରେ ମତ ଦେବାରୁ ଭାରତ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ। ଋଷ ଭାରତର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିବା ପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଦ୍ବୈତନଗରୀରେ କାଗଜକଲମରେ ଯୋଜନା ମାଳମାଳ

Sat Feb 26 , 2022
ଭୁବନେଶ୍ବର: ଯୋଜନା ମାଳମାଳ। ମାତ୍ର ସବୁ କାଗଜ, କଲମ ଓ ଘୋଷଣାରେ ସୀମିତ। କାର୍ଯ୍ୟକାରୀ କଲା ବେଳକୁ ବଳ ପାଉନି କି କର୍ମଚାରୀ ମିଳୁନାହାନ୍ତି। କେଉଁଠି ମାସ ମାସ କାଳ ପଦୋନ୍ନତି ପାଇ ସୁଦ୍ଧା କର୍ମଚାରୀ ଥାନା ଛାଡ଼ୁନାହାନ୍ତି ତ ଆଉ କୋଉଠି ବର୍ଷକରେ ଗୋଟିଏ ଥାନାରୁ ୪ ଆଇଆଇସି ବଦଳିଲେଣି। ଏହିଭଳି ଗୋଟିଏ ଦୃଷ୍ଟାନ୍ତ ନୁହେଁ, ଦ୍ବୈତନଗରୀରେ ଶୃଙ୍ଖଳିତ ବିଭାଗରେ ଏହିଭଳି ମାଳମାଳ ଅବ୍ୟବସ୍ଥା ମୁଣ୍ଡ ଟେକିଛି। କେବଳ […]
କାଗଜ କଲମରେ ଯୋଜନା ମାଳମାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial