ଭାରତ-ଶ୍ରୀଲଙ୍କା ଟି୨୦ ଶୃଙ୍ଖଳା ୩-୦ରେ ଜିତିଲା ଭାରତ

୩-୦ରେ ଶୃଙ୍ଖଳା ଜିତିଲା ଭାରତ

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦କୁ ଭାରତ ୬ ଓ୍ଵିକେଟରେ ଜିତିଛି। ଏଥି ସହିତତ ଟି୨୦ ସିରିଜକୁ ୩-୦ରେ ଜିତି ନେଇଛି ଭାରତ। ଧର୍ମଶାଳାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଥିଲା। ଏହାପରେ ୧୪୭ ରନ୍‌ର ବିଜୟ ଲକ୍ଷ ନେଇ ଭାରତର ଓପନର ସଞ୍ଜୁ ସାମସନ୍ ଓ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ରୋହିତ ଶର୍ମା ଆଜି ପୁଣି ଥରେ ବିଫଳ ହୋଇ ୯ଟି ବଲ୍ ଖେଳି ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ସଞ୍ଜୁ ସାମସନ୍ ଓ ଶ୍ରେୟସ୍ ଆୟର୍ ଦ୍ଵିତୀୟ ଓ୍ଵିକେଟରେ ୪୫ ରନର ପାର୍ଟନରସିପ୍ କରିଥିଲେ। ୩ଟି ଚୌକା ମାରି କ୍ରିଜରେ ଜମି ଆସୁଥିବା ବେଳେ ସଞ୍ଜୁ ସାମସନ୍ ୧୨ଟି ବଲ୍ ଖେଳି ୩ଟି ଚୌକା ସହ ୧୮ ରନ୍ କରି ଓ୍ଵିକେଟ୍ କିପରଙ୍କୁ କ୍ୟାଚ୍ ଧରାଇ ଆଉଟ୍ ହୋଇଯାଇଥିଲେ। ୫୧ ରନରେ ୨ଟି ଓ୍ଵିକେଟର ପତନ ପରେ ଦୀପକ୍ ହୁଦା ବ୍ୟାଟିଂ କରିବାକୁ ଆସି ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୧୬ଟି ବଲରେ ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଭେଙ୍କଟେଶ୍ ଆୟର ଆଜି ମାତ୍ର ୪ଟି ବଲ୍ ଖେଳି ୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ୍ ଆୟର୍ ଓ ରବୀନ୍ଦ୍ର ଜାଡେଜା ପଞ୍ଚମ ଓ୍ଵିକେଟରେ ଅଭିଭାଜିତ ୪୫ ରନ୍ ଯୋଡି ଭାରତକୁ ବିଜୟର ସ୍ଵାଦ ଚଖାଇଥିଲେ। ଶ୍ରେୟସ୍ ଆୟର୍ ଆଜି ପୁଣି ଥରେ ଦାୟିତ୍ଵସଂପନ୍ନ ଧୂଆଁଧାର୍ ଇଂନିସ୍ ଖେଳି ୪୫ଟି ବଲରେ ୯ଟି ଚୌକା ଓ ଗୋଟିଏ ଛକା ସହ ୭୩ ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା ୧୫ଟି ବଲ୍ ଖେଳି ୩ଟି ଚୌକା ସହ ୨୨ ରନ୍ କରିଥିଲେ। ଭାରତ ୧୬.୫ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୪୮ ରନ୍ କରି ୧୯ଟି ବଲ୍ ପୂର୍ବରୁ ମ୍ୟାଚକୁ ସହଜରେ ଜିତି ନେଇଥିଲା। ଶ୍ରୀଲଙ୍କା ପାଇଁ ଲାହିରୁ କୁମାର ୨ଟି, ଦୁଷ୍ମନ୍ତ ଚମିରା ଓ ଚାମିଲା କରୁଣାରତ୍ନେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଟ୍ରାଫିକ୍‌ କଟକଣା: କୋଟିତୀର୍ଥରୁ ସିଦ୍ଧିମଣ୍ଡପ ଗଳି ୱାନ୍-ୱେ

Sun Feb 27 , 2022
ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ଜାମ ସ୍ଥିତି ନହୁଏ କିମ୍ବା ଜାମ୍‌କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିସନରେଟ୍‌ ପୁଲିସ କଡ଼ା ନଜର ରଖିଛି। ରଥରୋଡ୍‌ ଏବଂ ପୁନମାଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବଢ଼େଇବାଙ୍କ ଛକ (ସୁନା […]
ମହାଶିବରାତ୍ରି ଉପଲକ୍ଷେ ଟ୍ରାଫିକ୍‌ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial