ବିଶ୍ବକୁ ଚେତାଇଲା ଋଷ : ତୃତୀୟ ବିଶ୍ବଯୁଦ୍ଧ ବିନାଶକାରୀ ହେବ ବୋଲି କହିଲେ ବୈଦେଶିକ ମନ୍ତ୍ରୀ

ବିଶ୍ବକୁ ଚେତାଇଲା ଋଷ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ ୭ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ। ସେ ଦାବି କରିଛନ୍ତି ଯେ ଯଦି ତୃତୀୟ ଯୁଦ୍ଧ ହୁଏ ତେବେ ଏହା ବିନାଶକାରୀ ହେବ। ଏହି ବିଶ୍ବଯୁଦ୍ଧରେ ଅନେକ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ। ଅନ୍ୟପକ୍ଷରେ, ଏହି ସମୟରେ ଆଜି ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ଆମେରିକାର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ୟୁକ୍ରେନକୁ ନିଜର ସେନା ପଠାଇବ ନାହିଁ। ଏବେ ଋଷ ପାଇଁ ଆମେରିକା ନିଜର ଏୟାର ସ୍ପେସ୍ ବନ୍ଦ କରିଛି। ବିନା କାରଣରେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି। ଏହି କାରଣରୁ ସମଗ୍ର ବିଶ୍ୱ ଋଷ ବିରୋଧରେ ଏକଜୁଟ ହୋଇଛି। ତେବେ ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହେବେ ବୋଲି ଜଣାପଡ଼ିଛି। ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ସ୍ବଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ରୁଷ ବିରୋଧରେ ଆର୍ଥିକ କଟକଣା ଲଗାଇବ ନାହିଁ ଚୀନ

Wed Mar 2 , 2022
ବେଜିଂ : ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସମଗ୍ର ବିଶ୍ବରେ ଜନମତ ତେଜିବାରେ ଲାଗିଛି। ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ରୁଷକୁ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ନେଟଓ୍ବାର୍କ ସ୍ବିଫ୍ଟରୁ ବିଦା କରିଦିଆଯାଇଛି। ଏହା ସତ୍ତ୍ବେ ଚୀନ ରୁଷ ବିରୋଧରେ ଏସବୁ କଟକଣାରେ ସାମିଲ ହେବାକୁ ମନା କରିଦେଇଛି। ଚୀନର ବ୍ୟାଙ୍କିଙ୍ଗ ଏଣ୍ଡ ଇନସୁରାନ୍ସ କମିଶନର ଅଧ୍ୟକ୍ଷ ଗୋ ସୁକିଂ […]
ରୁଷ ବିରୋଧରେ ଆର୍ଥିକ କଟକଣା ଲଗାଇବ ନାହିଁ ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial