କମିସନରେଟ ପୁଲିସର ନିର୍ବାଚନୀ ସୁରକ୍ଷା ଚିନ୍ତା ଖଟି ଖଟିରେ ଚଢ଼ଉ: ୧୩ ହଜାର ଟଙ୍କା ଜରିମାନା ଆଦାୟ

କମିସନରେଟ ପୁଲିସର ନିର୍ବାଚନୀ ସୁରକ୍ଷା ଚିନ୍ତା

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ଘୋଷଣା ପରେ କମିସନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସନ୍ଧ୍ୟାରେ ବସ୍ତିଠୁ ଆରମ୍ଭ କରି ଛକ, ବିଭିନ୍ନ ଖଟିସ୍ଥଳ, ମଦ ଦୋକାନ ପ୍ରମୁଖ ସମ୍ବେଦନଶୀଳ ଜାଗାରେ ପୁଲିସ ପଇଁତରା ମାରିବା ଆରମ୍ଭ କରିଛି। ଡିସିପି ଗତକାଲି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପରେ ଆଜି ପ୍ରଥମ ଦିନରେ ଖଣ୍ଡଗିରି ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରିଛି। ଜୋନ୍-୩ ଏସିପି ରଜତ ରାୟଙ୍କ ନେତୃତ୍ବରେ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ପ୍ରଧାନଙ୍କ ସମେତ ପ୍ରାୟ ୩୦ରୁ ଅଧିକ ପୁଲିସ କର୍ମଚାରୀ ବିଭିନ୍ନ ଛକ ଓ ଖଟିସ୍ଥଳରେ ଚଢ଼ଉ କରିଛି। ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୦ଟି ବାଇକ୍ ଓ ୨ଟି ଭ୍ୟାନ୍‌ରେ ଖଣ୍ଡଗିରି ଥାନା ଫୋର୍ସ ପ୍ରଥମେ ରଘୁନାଥନଗର ବସ୍ତିରେ ଅତର୍କିତ ଚଢ଼ଉ କରିଥିଲା। ସେଠାରେ ଖୋଲାରେ ମଦ୍ୟପାନ କରୁଥିବା ପ୍ରାୟ ୨୨ରୁ ଅଧିକ ଲୋକଙ୍କ ଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରିବା ସହିତ ଏକାଧିକ ଖଟି ଭାଙ୍ଗି ଯୁବକଙ୍କୁ ଘଉଡ଼ାଇଥିଲା।
ଏହା ପରେ ଜାତୀୟ ରାଜପଥ ପାର୍ଶ୍ବ, ଡୁମୁଡୁମା, ଜାଗମରା ନୂଆ ରୋଡ୍, ଡେଲ୍‌ଟା ଛକ, ବରମୁଣ୍ଡା, ଆଇଟିଇଆର୍ ଛକ ଆଦି ଅଞ୍ଚଳରେ ଚଢ଼ଉ କରି ପ୍ରାୟ ୧୦ରୁ ଅଧିକ ଖଟିସ୍ଥଳରେ ଯୁବକଙ୍କୁ ନ ବସିବା ପାଇଁ ଚେତାବନୀ ଦେଇଛି। ଏହା ସହିତ ବିଭିନ୍ନ ମଦ ଦୋକାନ ନିକଟରେ ଥିବା ଚାଖଣା ଦୋକାନଗୁଡ଼ିକ ମଧ୍ୟ ପୁଲିସ ହଟାଇ ଦେଇଛି। ଆଗାମୀ ନିର୍ବାଚନ ସରିବା ଯାଏ ଚାଖଣା ଦୋକାନ ମଦ ଦୋକାନ ନିକଟରେ ଖୋଲିପାରିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି।
ବନ୍ଧୁକ ସହ ପାଟ୍ରୋଲିଂ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ
ହିଂସା ରୋକିବା ଓ ଶାନ୍ତି ଶୃଙ୍ଖଳାର ସହ ବିଏମ୍‌ସି ନିର୍ବାଚନ ଶେଷ କରିବାକୁ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ। ନିଜ ଥାନା ଅଞ୍ଚଳରେ ଥିବା ଵାର୍ଡରେ ପାଟ୍ରୋଲିଂ କରିବା ସମୟରେ ପାଖରେ ବନ୍ଧୁକ ରଖିବା ପାଇଁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗଣ୍ଡଗୋଳ କିମ୍ବା ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ମାରପିଟ୍ ଘଟଣା ପଛର ରହସ୍ୟ ଖୋଜିବା ସହ ରାଜନୈତିକ ପୃଷ୍ଠଭୂମି ରହିଛି କି ନାହିଁ ତାକୁ ମଧ୍ୟ ଯାଞ୍ଚ କରିବେ। ନିଶା କାରବାର ରୋକିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଡିସିପିଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଯେମିତି ସୁପରିଚାଳା ହୋଇପାରିବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଵାରେଣ୍ଟିମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାମିନ ସର୍ତ୍ତ ଖିଲାପ କରୁଥିବା ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଠିକଣାରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

Fri Mar 4 , 2022
ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ସଂଦେହ କରାଯାଉଛି। ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ୧୯୬୯ରେ ଜନ୍ମ ଗ୍ରହଣ […]
ସେନ ଓ୍ବାର୍ଣ୍ଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial