ପୁଲିସ-ନକ୍ସଲ ଗୁଳିବିନିମୟ: ଜଣେ ନକ୍ସଲ ମୃତ, ଯବାନ ଆହତ

ପୁଲିସ-ନକ୍ସଲ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାର ନେମେଡି ଥାନା ଅନ୍ତର୍ଗତ କେକା ଏବଂ ମେସେଲା ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଜାଣିବା ପରେ ଡିଆରଜି ଏବଂ ସିଆରପିଏଫ ଯବାନ ଚଢ଼ାଉ କରିଥିଲେ। ସେଠାରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବା ବେଳେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ଶବକୁ ପୁଲିସ ଉଦ୍ଧାର କରିଛି। ମୃତ ନକ୍ସଲ ଜଣକ କମାଣ୍ଡର ରିତେଶ ପୁନେମ ବୋଲି ଜଣାପଡିଛି। ଏହି ଗୁଳିବିନିମୟରେ ବ୍ୟବନ ରାମଲୁ ହେମଲା ଆହତ ହୋଇଛନ୍ତି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି।

Share Now:

Kalinga News Beuro

Next Post

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚରଣଜିତ୍‌ ଚନ୍ନୀ

Fri Mar 11 , 2022
ମାର୍ଚ୍ଚ ୧୬ରେ ଶପଥ ନେଇପାରନ୍ତି ଭଗୱନ୍ତ ମାନ୍‌ ନୂଆଦିଲ୍ଲୀ: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍‌ ସିଂହ ଚନ୍ନୀ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୬ ତାରିଖରେ ନବନିର୍ବାଚିତ ଭଗୱନ୍ତ ମାନ୍‌ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ‘ଆପ୍‌’ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ […]
ଇସ୍ତଫା ଦେଲେ ଚରଣଜିତ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial