ସନ୍ନି ଲିଓନଙ୍କ ଫ୍ୟାନଙ୍କୁ ଝଟ୍‌କା: ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ବେଙ୍ଗାଲୁରୁ ଗସ୍ତ ଉପରେ ରୋକ୍‌

ବେଙ୍ଗାଲୁରୁ: ନୂଆବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ‘ସନ୍ନି ନାଇଟ୍‌’ କାର୍ଯ୍ୟକ୍ରମରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍‌ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ ବୋଲି କର୍ଣ୍ଣାଟକ ରକ୍ଷଣ ବୈଦିକ୍‌ ଯୁବ ସେନା ଧମକ ଦେବାପରେ ଏହି କାର୍ଯ୍ୟକ୍ରମରେ ସନ୍ନିଙ୍କ ଯୋଗଦାନ ଉପରେ ନିଷେଧାଦେଶ ଲଗାଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକର ଗୃହମନ୍ତ୍ରୀ ଆର୍‌.ରାମଲିଙ୍ଗା ରେଡ୍ଡୀ କହିଛନ୍ତି କି, ‘ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଅଭିନେତ୍ରୀ ସନ୍ନି ଲିଓନଙ୍କ ଗସ୍ତକୁ ଅନୁମତି ଦିଆଯିବ ନାହିଁ। କନ୍ନଡା ସପକ୍ଷବାଦୀ ଗୋଷ୍ଠୀଙ୍କ ବିରୋଧ ଏବଂ ଅସଦାଚରଣ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଆମେ ନେଇଛୁ।’

ସନ୍ନି ଲିଓନଙ୍କ ନୂଆବର୍ଷ କାର୍ଯ୍ୟକ୍ରମ ବିରୋଧରେ ଶୁକ୍ରବାର ଦିନ ବାଙ୍ଗାଲୁର ମନ୍ୟାତ୍‌ ଟେକ୍‌ ପାର୍କଠାରେ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଡିସେମ୍ବର ୩୧ ସୁଦ୍ଧା ଯଦି ହେବାକୁ ଥିବା ଉତ୍ସବ ବନ୍ଦ ସଂପର୍କରେ ଘୋଷଣା ନ ହୁଏ ତେବେ ସେହିଦିନ ହିଁ ଯୁବ ସେନାର ସଦସ୍ୟମାନେ ଗଣ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ବିରୋଧୀମାନେ ସନ୍ନି ଲିଓନଙ୍କ ପୋଷ୍ଟର୍‌ ଜଳାଇବା ସହ କହିଥିଲେ ଯେ ସନ୍ନିଙ୍କ ସଂପୃକ୍ତି ମାଟିର ସଂସ୍କୃତିକୁ କ୍ଷୁର୍ଣ୍ଣ କରିବ।

ସଂଗଠନର ରାଜ୍ୟ ଅଧ୍ୟକ୍ଷ ହରିଶ ଧମକ ଦେଇ କହିଥିଲେ, ‘ସନ୍ନିଙ୍କ ସ୍ୱଳ୍ପ ପରିହିତ ପୋଷାକକୁ ଆମେ ବିରୋଧ କରୁଛୁ। ଯଦି ସେ ଶାଢ଼ି ପିନ୍ଧି ଉତ୍ସବରେ ଭାଗ ନିଅନ୍ତି ତେବେ ଆମେ ସେ ବିଷୟରେ ଚିନ୍ତା କରିବୁ। ତାଙ୍କ ଅତୀତ ନିନ୍ଦନୀୟ। ଏଭଳି ଲୋକଙ୍କୁ ଆମେ ଉତ୍ସାହିତ କରୁନା। ଯଦି ଆମ ଦାବି ପୂରଣ ନ ହୁଏ ତେବେ ଡିସେମ୍ବର ୩୧ରେ ଆମେ ଗଣ ଆତ୍ମହତ୍ୟା କରିବାକୁ ଟିକେ ବି ପଛଘୁଞ୍ଚା ଦେବୁ ନାହିଁ।’

Share Now:

Kalinga News Beuro

Leave a Reply

Next Post

ରେଳଯାତ୍ରୀଙ୍କୁ ମିଳିବ ବିମାନ ଭଳି ରିହାତି

Sun Dec 17 , 2017
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial