ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ

ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ମହାନଦୀର ଏକଡାଳ-ସିଦ୍ଧାମୂଳା ସେତୁ ଉପରୁ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଜଣେ ଯୁବକ ପାଣି ଭିତରକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ କାନପୁର ଥାନାକୁ ସୂଚନା ଦେଇଥିଲେ। ତାପରେ ନରସିଂହପୁର ଓ ବାଲିଝରି ଦମକଳ କେନ୍ଦ୍ରକୁ ବି ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଖୋଜା ଖୋଜି କରିଥିଲେ। ଏ ପର୍ଯ୍ୟନ୍ତ ଯୁବକର କୌଣସି ସନ୍ଧାନ ମିଳିପାରି ନାହିଁ। କାନପୁର ଥାନା ପୁଲିସ ଓ ଦୁଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିବା କାର୍ଯ୍ୟ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ବନ୍ଦୀପୋରା‌ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣା ଗ୍ରସ୍ତ

Fri Mar 11 , 2022
ଶ୍ରୀନଗର: ଆଜି ଅପରାହ୍ନରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍‌ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍‌ରେ ଗୋଟାଏ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଗୁରେଜ୍‌ ଉପତ୍ୟକାର ଗୁଜରନ ନାଳ ଅଞ୍ଚଳରେ ସେନା ହେଲିକପ୍ଟର୍‌ଟି ଦୁର୍ଘଟଣା ହେବା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।କିନ୍ତୁ, ସେଥିରେ ଥିବା ପାଇଲଟ୍‌ ଏବଂ ସହକାରୀ ପାଇଲଟ୍‌ଙ୍କ ଅବସ୍ଥା ବିଷୟରେ ଅନିଶ୍ଚିତ ଥିବା କଥା ସେମାନେ କହିଛନ୍ତି। ମନେହୁଏ, ପାଇଲଟ୍‌ […]
ସେନା ହେଲିକପ୍ଟର୍‌ ଦୁର୍ଘଟଣା ଗ୍ରସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial