ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ: ଅନ୍ୟ ଉପାୟରେ ଦେଶକୁ ଧ୍ୱଂସ କରିବାକୁ ପ୍ଲାନ କରୁଛି ଋଷ

ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ତଥ୍ୟ। ଋଷ ଗୁଳିଗୋଳା ଆଉ ବମରେ ଯୁଦ୍ଧ ନ କରି ଉଠାଇବ ବଡ ଅସ୍ତ୍ର। ୟୁକ୍ରେନ ଉପରେ ଖୁବ ଶୀଘ୍ର ଋଷ କେମିକାଲ ଆଟାକ କରିପାରେ ବୋଲି ଚେତାବନୀ ଦେଇଛି ଆମେରିକା। ହ୍ୱାଇଟ ହାଉସ ତରଫରୁ ଏକ ବୟାନ ଜାରି କରି ଏ ନେଇ ଆମେରିକା ସୂଚନା ଦେଇଛି। ବୋମା ପରିବର୍ତ୍ତେ ଏବେ ବାୟୋଲୋଜିକାଲ ଏବଂ କେମିକାଲକୁ ହତିଆର ବନେଇପାରେ ବୋଲି ସତର୍କ କରିଛି ଆମେରିକା। ତେବେ ଏଥିପାଇଁ ଋଷ ଉପରେ ନଜର ରଖିବା ନିହାତି ଜରୁରୀ ବୋଲି କହିଛନ୍ତି ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନ ସାକୀ।
ୟୁକ୍ରେନରେ ଆମେରିକାର ଜୈବିକ ଅସ୍ତ୍ରଶସ୍ତ୍ର ଲ୍ୟାବ ଏବଂ ରସାୟନିକ ଅସ୍ତ୍ରଶସ୍ତ୍ରର ବିକାଶ ବିଷୟରେ ଋଷର ମିଥ୍ୟା ତଥ୍ୟ ଦାବିକୁ ଧ୍ୟାନ ଦେବକୁ କହିଛନ୍ତି ସାକୀ। ଆମେରିକା ବାୟୋଲୋଜିକାଲ ୱିପନ୍ସ କନଭେଶନର ନିୟମକୁ ପାଳନ କରିଛି। ଏଭଳି ହତିଆର ତିଆରି କରିବାକୁ ବାରଣ କରିବା ସହ ଗଚ୍ଛିତ ରକିବାରୁ ମଧ୍ୟ ଦୂରେଇ ରହିଛି ଆମେରିକା। ସେପଟେ ୟୁନାଇଟେଡ କିଙ୍ଗଡମ ମଧ୍ୟ ଏକ ବଡ ଦାବି କରିଛି। ୟୁକ୍ରେନରେ ଥର୍ମୋବାରିକ ରକେଟର ବ୍ୟବହାର କରାଯାଇଥିବା ନେଇ ଏଠାକାର ରକ୍ଷାମନ୍ତ୍ରୀ ଦାବି କରିଛନ୍ତି। ଏହି ରକେଟକୁ ଭାକ୍ୟୁମ ବମ ବୋଲି ମଧ୍ୟ କୁହାଯାଏ। ଯାହାଦ୍ୱାରା ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କମ ହୋଇଯାଇଥାଏ ଏବଂ ଉଚ୍ଚ ତାପମାନ ବିସ୍ଫୋରଣ ହୋଇଥାଏ। ସାମାନ୍ୟ ବମରୁ ଖୁବ ଅଧିକ କ୍ଷତି ଘଟାଇଥାଏ ଭାକ୍ୟୁମ ବମ।

Share Now:

Kalinga News Beuro

Next Post

ରାଜଧାନୀରେ ମାତିଛନ୍ତି ଲୁଟେରା: ୫ ଦିନରେ ଝାମ୍ପିନେଲେଣି ସାଢ଼େ ୧୨ ଲକ୍ଷ

Sat Mar 12 , 2022
ଭୁବନେଶ୍ୱର : କିଛି ଦିନ ହେଲା ଏକ ଲୁଟେରା ଗ୍ୟାଙ୍ଗ୍‌ ରାଜଧାନୀରେ ମାତିଛନ୍ତି। ୫ ଦିନ ଭିତରେ ଏହି ଗ୍ୟାଙ୍ଗ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରି ୧୨ ଲକ୍ଷ ୩୫ ହଜାର ଟଙ୍କା ଝାମ୍ପି ନେଲେଣି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିଲେ ବି ସେମାନଙ୍କ ଟେର୍‌ ପାଉନାହିଁ। ସ୍ପେସାଲ ସ୍କ୍ବାଡ୍ ଓ ଅନ୍ୟ ଦୁଇଟି ଟିମ୍ ସେମାନଙ୍କୁ ଠାବ କରିବା ପାଇଁ ତନାଘନା ଚଳାଇଛନ୍ତି। ବ୍ୟାଙ୍କ ନିକଟରୁ ସିସିଟିଭି […]
ରାଜଧାନୀରେ ମାତିଛନ୍ତି ଲୁଟେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial