ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ : ଶସ୍ତାରେ କିଣିବ ତେଲ

ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଋଷ ନିଜର ମିତ୍ର ଦେଶ ଭାରତ ସହ ସମ୍ପର୍କ କରିଛି। ଏ ବାବଦରେ ଭାରତୀୟ ଅଧିକାରୀ କହିଛନ୍ତି ଯେ ରିହାତି ମୂଲ୍ୟରେ ଋଷରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ସରକାର ବିଚାର କରୁଛନ୍ତି। ଭାରତୀୟ ଅଧିକାରୀ କହିଛନ୍ତି ଯେ ରୁପି-ରୁବେଲରେ ଏହି ଜିନିଷଗୁଡ଼ିକର ମୂଲ୍ୟାୟନ କରିବାକୁ ଋଷ କହିଛି। ସୂଚନା ମୁତାବକ ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ କରିଥାଏ। ଏଥିମଧ୍ୟରୁ ମାତ୍ର ୨ ରୁ ୩ ପ୍ରତିଶତ ଋଷରୁ କିଣାଯାଇଥାଏ। କିନ୍ତୁ ଗୋଟିଏ ପଟେ ୟୁକ୍ରେନ ସଙ୍କଟ ପରେ ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟ ୪୦ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଅନ୍ୟପକ୍ଷରେ ଋଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏଥିପାଇଁ ଭାରତ ସରକାର ଋଷରୁ ଶସ୍ତା ତେଲ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଋଷ ପକ୍ଷରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ରିହାତି ଦିଆଯାଉଛି। ଏହାକୁ କିଣିବାରେ ଆମର କୌଣସି ଅସୁବିଧା ନାହିଁ । କିନ୍ତୁ ଟ୍ୟାଙ୍କର୍, ବୀମା କଭର ଭଳି ଆଉ କିଛି କଥା ଉପରେ ଧ୍ୟାନ ଦେବାର ଅଛି। ଥରେ ଏହି ସମସ୍ୟାଗୁଡିକ ସମାଧାନ ହୋଇଗଲେ, ଆମେ କ୍ରୟ କରିବୁ। ପ୍ରତିବନ୍ଧକ ପରେ ବିଶ୍ୱର ଅନେକ ଦେଶ ଋଷରୁ ତେଲ କିଣିବାକୁ ମନା କରିଦେଇଛନ୍ତି। କିନ୍ତୁ ଭାରତୀୟ ଅଧିକାରୀ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଆମଦାନୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Share Now:

Kalinga News Beuro

Next Post

ଚଳଚ୍ଚିତ୍ର ଦେଖିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ କର୍ମୀଙ୍କୁ ମିଳିବ ଛୁଟି

Mon Mar 14 , 2022
ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ଘୋଷଣା କରିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍‌ସ’ ଦେଖିବା ପାଇଁ ରାଜ୍ୟର ପୁଲିସ୍‌ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦିନ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ ଟିକସରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ, ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟପ୍ରଦେଶ ପୁଲିସ କର୍ମଚାରୀଙ୍କୁ ’ଦ […]
’ଦ କଶ୍ମୀର ଫାଇଲ୍‌ସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial