ଚଳଚ୍ଚିତ୍ର ଦେଖିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ କର୍ମୀଙ୍କୁ ମିଳିବ ଛୁଟି

’ଦ କଶ୍ମୀର ଫାଇଲ୍‌ସ’

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ଘୋଷଣା କରିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍‌ସ’ ଦେଖିବା ପାଇଁ ରାଜ୍ୟର ପୁଲିସ୍‌ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦିନ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ ଟିକସରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ, ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟପ୍ରଦେଶ ପୁଲିସ କର୍ମଚାରୀଙ୍କୁ ’ଦ କଶ୍ମୀର ଫାଇଲ’ ଚଳଚ୍ଚିତ୍ର ଦେଖିବା ପାଇଁ ଛୁଟି ଦିଆଯିବ ଏବଂ ଏଥିପାଇଁ ପୁଲିସ ମହାନିର୍ଦ୍ଦେଶକ ସୁଧୀର ସାକ୍ସେନାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ବ୍ୟବସ୍ଥିତ ହତ୍ୟା ପରେ କାଶ୍ମୀରରୁ କଶ୍ମୀର ପଣ୍ଡିତଙ୍କ ପଳାୟନକୁ ଦର୍ଶାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲବୀ ଯୋଶୀ ଅଭିନୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ ଶନିବାର ଦିନ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ମଧ୍ୟପ୍ରଦେଶ ପରେ ହରିୟାଣା ଓ ଗୁଜରାଟ ସରକାର ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନିଜ ନିଜ ରାଜ୍ୟରେ ମନୋରଞ୍ଜନ ଟିକସରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share Now:

Kalinga News Beuro

Next Post

ଭାରତ ସରକାରଙ୍କ ଅନୁମତି ବିନା କେବଳ ଭିସା ଦେଖାଇ ଯାଇପାରିବେ ପାକିସ୍ତାନ

Mon Mar 14 , 2022
ନୂଆଦିଲ୍ଲୀ: ସୁଧୁରୁଛି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ। ଭାରତ ନେଇଥିବା ନିଷ୍ପତ୍ତି ପରେ ଏବେ ଏ ଚର୍ଚ୍ଚା ସାରା ଭାରତରେ ଲାଗି ରହିଛି। ଏବେ ଯେଉଁମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି, ସେମାନେ କେବଳ ଭିସା ଦେଖାଇ ପାକିସ୍ତାନ ଯାଇପାରିବେ। ବର୍ତ୍ତମାନ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କଠାରୁ ବିଶେଷ ଅନୁମତି ନେବାକୁ ପଡ଼ିବ ନାହିଁ। ଏହାପୂର୍ବରୁ ଭିସା […]
କେବଳ ଭିସା ଦେଖାଇ ଯାଇପାରିବେ ପାକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial