‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର, ସମସ୍ତେ ଏହାକୁ ଦେଖିବା ଉଚିତ୍ : ପ୍ରଧାନମନ୍ତ୍ରୀ

‘ଦ କଶ୍ମୀର ଫାଇଲ୍ସ’ ବହୁତ ଭଲ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ସାରା ଦେଶରେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ ଛାଡିବା ଏବଂ ଜନଶୁଣାଣିକୁ ଚିତ୍ରଣ କରାଯାଇଛି। ଅନେକ କଳାକାର ଏହି ଫିଲ୍ମକୁ ପ୍ରଶଂସା କରି ଏହାକୁ ଦେଖିବା ପାଇଁ ଅପିଲ୍ କରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫିଲ୍ମଟିକୁ ଦେଖିବା ଉଚିତ୍ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହୋଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ଏକତ୍ରିତ ହୋଇଥିବା ସମସ୍ତଙ୍କୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପାଇଁ କହିଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ଏକ ବହୁତ ଭଲ ଚଳଚ୍ଚିତ୍ର। ଆପଣ ସମସ୍ତେ ଏହାକୁ ଦେଖିବା ଉଚିତ୍। ଏହିପରି ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।
ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ବ୍ୟବସ୍ଥିତ ହତ୍ୟା ପରେ କାଶ୍ମୀରରୁ କଶ୍ମୀର ପଣ୍ଡିତଙ୍କ ପଳାୟନକୁ ଦର୍ଶାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲବୀ ଯୋଶୀ ଅଭିନୟ କରିଛନ୍ତି।

Share Now:

Kalinga News Beuro

Next Post

ନିର୍ବାଚନ ଲଢ଼ିବେନି ବିଜେଡିର ବହୁ ବିଦ୍ରୋହୀ ପ୍ରାର୍ଥୀ

Tue Mar 15 , 2022
ଭୁବନେଶ୍ୱର: ବିଜେଡି ବିଦ୍ରୋହୀଙ୍କୁ ବୁଝାଇଲେ ବରିଷ୍ଠ ନେତା। କାହାକୁ ଘରକୁ ଡାକି ତ ଆଉ କାହାକୁ ଶୀର୍ଷ ନେତୃତ୍ବଙ୍କ ନିକଟକୁ ପଠାଇ ଆଶ୍ବସନା ଦେଲେ। କିଛି ଜଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା। ଯିଏ ମାନିନେଲେ ସିଏ ନିର୍ବାଚନ ମଇଦାନ ଛାଡ଼ିଲେ। ଆଉ ଯିଏ ନ ମଙ୍ଗିଲେ ତାଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରୋକଠୋକ୍‌ ଶୁଣାଇଲେ। ଫଳରେ ଜଣଙ୍କ ପରେ ଜଣେ ପୂର୍ବତନ କର୍ପୋରେଟର ଆଜି ବିଏମ୍‌ସି ନିର୍ବାଚନ […]
ପୌର ନିିର୍ବାଚନରେ ବିଜେଡିର ବୃହତ୍‌ ବିଜୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial