ୟୁକ୍ରେନର ରିଭନେର ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣ : ୧୯ ମୃତ

ୟୁକ୍ରେନର ରିଭନେର ଟିିଭି ଟାୱାର

ନୂଆଦିଲ୍ଲୀ: ୟୁକ୍ରେନର ରିଭନେରେ ଥିବା ଏକ ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ୯ ଜଣ କ୍ଷତାକ୍ତ ହୋଇଥିବା ସୂଚନା ରହିଛି। ଗଭର୍ଣ୍ଣର ଭିଟାଲି କୋଭାଲ୍‌ କହିଛନ୍ତି, ‘ପୀଡ଼ିତ ଆହୁରି ବି ଥାଇପାରନ୍ତି। ଏହି ଆକ୍ରମଣ ୧୪ ତାରିଖ ରାତିରେ ହୋଇଛି। ଉଦ୍ଧାରୀକାର୍ଯ୍ୟ ଏବେ ବି ଜାରି ରହିଛି। ଉତ୍ତର-ପଶ୍ଚିମ ୟୁକ୍ରେନ୍‌ର ଆଞ୍ଚଳିକ ରାଜଧାନୀ ରିଭ୍‌ନେରେ ଏହି ଆକ୍ରମଣ ଘଟିଛି।’ ରିଭନେ ପୋଲାଣ୍ଡ୍‌ ସୀମାରୁ ୨୦୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ। ଏହି ରିଭନେ ଦେଶ ଛାଡ଼ି ପଳାୟନ କରୁଥିବା ଅନେକ ୟୁକ୍ରେନବାସୀଙ୍କ ପାଇଁ ଏବେ ପ୍ରସ୍ଥାନ ସ୍ଥାନ ପାଲଟିଛି।

Share Now:

Kalinga News Beuro

Next Post

ଘାସ ଭଳି ଦେଖାଯାଉଥିବା ରହସ୍ୟମୟ ସାପ ଉଦ୍ଧାର

Wed Mar 16 , 2022
ନୂଆଦିଲ୍ଲୀ: ପ୍ରକୃତିରେ ଅନେକ ରହସ୍ୟ ଭରି ରହିଛି। ପୃଥିବୀରେ ଏମିତି ଅନେକ ପ୍ରାଣୀ, ପକ୍ଷୀ ଓ ଉଦ୍ଭିଦ ରହିଛନ୍ତି ଯାହାକୁ ଆଜି ପର୍ଯ୍ୟନ୍ତ ନା କେହି ଦେଖିଛନ୍ତି ନା ତାର ନାମ ଜାଣିଛନ୍ତି। ଏପରି ଏକ ଅଦ୍ଭୁତ ଜୀବ ବିଷୟରେ ଆମେ କହିବାକୁ ଯାଉଛୁ। ଦୁନିଆରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳିଥାଆନ୍ତି। ଆପଣ ନିଶ୍ଚୟ ଅନେକ ପ୍ରକାରର ସାପ ପ୍ରଜାତି ମଧ୍ୟ ଦେଖିଥିବେ, କିନ୍ତୁ ନିକଟରେ ଏକ ଅଜବ […]
ରହସ୍ୟମୟ ସାପ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial