ବିଶ୍ୱରେ ଗରିବଙ୍କୁ ଭୋକିଲା ରଖିପାରେ ରୁଷ-ୟୁକ୍ରେନ ଯୁଦ୍ଧ: ମିଳିତ ଜାତିସଂଘ

ମିଳିତ ଜାତିସଂଘ

ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର କୁପରିଣାମ ଭୋଗିବେ ଗରିବ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ଥିବା ଗରିବ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ମିଳିତ ଜାତିସଂଘ ଏଭଳି କହି ସାରା ବିଶ୍ୱକୁ ଚେତାଇ ଦେଇଛି। ବାଣିଜ୍ୟ ଏବଂ ବିକାଶକୁ ନେଇ ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଥିବା ଗରିବ ଲୋକ ଖାଦ୍ୟ ଏବଂ ଇନ୍ଧନରୁ ବଞ୍ଚିତ ହୋଇପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗହମ ଭଳି ପ୍ରମୁଖ ଦ୍ରବ୍ୟରେ ଯୋଗାଣ ବ୍ୟାଘାତର ସମାଧାନ ପାଇଁ କରାଯାଉଥିବା ପ୍ରୟାସ ସତ୍ତ୍ୱେ ଖାଦ୍ୟ ଏବଂ ଇନ୍ଧନର ଯୋଗାଣରେ ବାଧା ସୃଷ୍ଟି ହେଉଛି। ଅନେକ ଦେଶ ରୁଷ ଉପରେ କଟକଣା ଲଗାଇବା ଏବଂ ୟୁକ୍ରେନ ଛାରଖାର ହେବା ପରେ ଏହି ଦୁଇ ଦେଶରୁ ଜିନିଷ ଆମଦାନୀ ଓ ରପ୍ତାନୀ କରିବା ଅସମ୍ଭବ ହୋଇପଡ଼ିଛି। ଏବେ ଖାଇବା ତେଲ ସହ ବିଭିନ୍ନ ସାମଗ୍ରୀର ଦାମ ବଢ଼ୁଥିବା ବେଳେ ଏହାର ସବୁଠାରୁ ଅଧିକ ପ୍ରଭାବ ବିଶ୍ୱର ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିବ ବୋଲି କୁହାଯାଇଛି। ତେବେ ଶାନ୍ତି ଆଲୋଚନା ସଫଳ ହେଉନଥିବା ବେଳେ ରୁଷର ସୈନ୍ୟବାହିନୀ ୟୁକ୍ରେନର ବିଭିନ୍ନ ସହରକୁ ମାଡ଼ିଚାଲିଛନ୍ତି। ୟୁକ୍ରେନର ମାରିୟୁପୋଲର ଏକ ସିନେମା ଘରକୁ ଧ୍ୱଂସ କରିଦେଇଛନ୍ତି ରୁଷ ସେନା। ଏଠାରେ ଶହ ଶହ ଲୋକ ଆଶ୍ରୟ ନେଇଥିବା ଜାଣି ବି ରୁଷ ସେନା ସିନେମା ଘର ଉପରେ ଆକ୍ରମଣ କରିଥିଲା। ଏହା ସହ ଅନ୍ୟ ସହର ଉପରେ ମଧ୍ୟ ବୋମା ମାଡ଼ କରିଥିଲା।

Share Now:

Kalinga News Beuro

Next Post

ଦୁଷ୍କର୍ମର ପରିଭାଷା ନେଇ ଗୁରୁତ୍ତ୍ଵପୂର୍ଣ୍ଣ ରାୟ ଦେଲେ ମେଘାଳୟ ହାଇକୋର୍ଟ : କଠୋର ହେଲା ହେଲା ଆଇନ

Thu Mar 17 , 2022
ନୂଆଦିଲ୍ଲୀ: ମେଘାଳୟ ହାଇକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ମହିଳାଙ୍କ ଅନ୍ତର୍ବସ୍ତ୍ର ସ୍ପର୍ଶ କରି ଯୌନଉତ୍ତେଜକ ଆଚରଣ କଲେ ତାହା ଦୁଷ୍କର୍ମ ରୂପେ ପରିଗଣିତ ହେବ । ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଜଣେ ମହିଳା ଅନ୍ତର୍ବସ୍ତ୍ର ପରିଧାନ କରିଥିଲେ ବି ତାଙ୍କ ଯୌନାଙ୍ଗକୁ ସ୍ପର୍ଶ କରିବା କିମ୍ବା ‌ଯୌନ ସଂପର୍କ ରଖିବା ଲାଗି ଉଦ୍ୟମ କରିବା ମଧ୍ୟ ଦୁଷ୍କର୍ମ […]
ଦୁଷ୍କର୍ମର ପରିଭାଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial