କଂଗ୍ରେସରେ ବିଦ୍ରୋହ : ବିଦ୍ରୋହୀ ନେତା କହିଲେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଭରସା ନାହିଁ

କଂଗ୍ରେସରେ ବିଦ୍ରୋହ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଭିତରେ ଥିବା ଅସନ୍ତୋଷ କ୍ରମଶଃ ବିଦ୍ରୋହ ରୂପ ନେବାକୁ ଆରମ୍ଭ କରିଛି। ଜି-୨୩ ଭାବେ ପରିଚିତ ୨୩ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗ୍ରୁପ ସିଧାସଳଖ ଗାନ୍ଧି ପରିବାର ହାତରୁ କଂଗ୍ରେସର ନେତୃତ୍ବ ପ୍ରତ୍ୟାହାର କଥା ଦୋହରାଇଛି। ଏହି ବିଦ୍ରୋହୀ ନେତାଙ୍କୁ ବୁଝାଇବାକୁ ଖୋଦ ରାହୁଲ ଗାନ୍ଧି ଉଦ୍ୟମ କରୁଥିଲେ ମଧ୍ୟ ଗ୍ରୁପ ପକ୍ଷରୁ ଖୋଲାଖୋଲି କୁହାଯାଇଛି ଯେ ସେମାନଙ୍କର ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଭରସା ନାହିଁ। ଦଳକୁ ସୁଦୃଢ କରିବାକୁ ହେଲେ ସାମୁହିକ ଓ ଉତ୍ତରଦାୟୀ ନିଷ୍ପତ୍ତି ନେବାକୁ ହେବ। ଏହି ଗ୍ରୁପର ଜଣେ ସଦସ୍ୟ ଥିବା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଦାଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିଥିଲେ ବି ସେ ଗ୍ରୁପର ନିଷ୍ପତ୍ତି କଥା ଜଣାଇଦେଇଛନ୍ତି। ଜି-୨୩ର ପ୍ରଥମ ବୈଠକ ବୁଧବାରଦିନ ବସିଥିବାବେଳେ ଗୁରୁବାରଦିନ ପୁଣି ଏକ ବୈଠକ ବସିଥିଲା। ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା। ଏହା ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share Now:

Kalinga News Beuro

Next Post

ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ : କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି

Fri Mar 18 , 2022
ନୂଆଦିଲ୍ଲୀ : ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି। ଏହି ଚଳଚ୍ଚିତ୍ର ପୁଣିଥରେ ୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଓ ଗଣହତ୍ୟାର କ୍ଷତକୁ ଜୀବନ୍ତ କରିଦେଇଛି। କିନ୍ତୁ ଏହି ଚଳଚ୍ଚିତ୍ରକୁ ନେଇ ଦେଶରେ ରାଜନୀତି ମଧ୍ୟ ଜାରି ରହିଛି। ଆଜି ନ୍ୟାସନାଲ କନଫରେନ୍ସ(ଏନସି)ର ଜଣେ ବରିଷ୍ଠ ନେତା ମୁସ୍ତାଫା କମାଲ ଏକ ବିବାଦୀୟ ବୟାନ […]
କଶ୍ମୀର ପଣ୍ଡିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial