ରୁଷ-ୟୁକ୍ରେନ ଯୁଦ୍ଧ ଦୂର କରିବା ପାଇଁ ମୋଦୀ ନିଜର ସୁସମ୍ପର୍କକୁ ବ୍ୟବହାର କରିଛନ୍ତି: ବରୀ ଓ’ଫରେଲ

ବରୀ ଓ’ଫରେଲ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିବାଦ ଶୀଘ୍ର ଶେଷ ହେବ ବୋଲି ଅଧିକାଂଶ ଦେଶ ଆଶା କରୁଛନ୍ତି। ଅଷ୍ଟ୍ରେଲିଆ କହିଛି ଯେ ୟୁକ୍ରେନରେ ରୁଷର ଆକ୍ରମଣ ଉପରେ ‘କ୍ୱାଡ’ର ସଦସ୍ୟମାନେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭଲ ସମ୍ପର୍କକୁ ବ୍ୟବହାର କରି ଯୁଦ୍ଧ ବନ୍ଦ କରିବାକୁ ଯେଉଁ ଚେଷ୍ଟା କରିଛନ୍ତି, ସେଥିରେ କେହି ଆପତ୍ତି କରିପାରିବେ ନାହିଁ। ଭାରତରେ ଅଷ୍ଟ୍ରେଲୀୟ ହାଇ କମିଶନର ଭାବେ ନିଯୁକ୍ତ ବରୀ ଓ’ଫରେଲ ଗଣମାଧ୍ୟମକୁ କହିଛନ୍ତି ଯେ ‘କ୍ୱାଡ’ ଦେଶ ଭାରତର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେ ବୁଝିପାରୁଛୁ ଯେ ପ୍ରତ୍ୟେକ ଦେଶର ନିଜର ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ୟୁକ୍ରେନ ସଙ୍କଟ ଦୂର କରିବା ପାଇଁ ସେମାନେ ସେମାନଙ୍କର ସମ୍ପର୍କକୁ ବ୍ୟବହାର କରିଛନ୍ତି। ନିଶ୍ଚିତ ଭାବେ ଏଥିରେ କୌଣସି ଦେଶ ଅସନ୍ତୁଷ୍ଟ ହେବେ ନାହିଁ।
ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ରୁଷକୁ ସମାଲୋଚନା କରିବା ଠାରୁ ଦୂରେଇ ରହିଛି। ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ରୁଷର ୟୁକ୍ରେନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଥିବା ବେଳେ ଭାରତ ଏଭଳି କରିନାହିଁ। ରୁଷ ସହିତ ପୁରୁଣା ବନ୍ଧୁତା ହେତୁ, ରୁଷ ସେନାର ଆକ୍ରମଣ ଉପରେ ଭାରତ ଏ ପର୍ଯ୍ୟନ୍ତ ସିଧାସଳଖ ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଆସିଛି। ଏମିତିି କି ଏବେ ଭାରତ ରିହାତି ଦରରେ ରୁଷଠାରୁ ତେଲ ଆମଦାନୀ କରିବା ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି : ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ

Mon Mar 21 , 2022
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ଜେନେରାଲ ରାୱତଙ୍କ ଦୁଇ […]
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial