ମାର୍ଚ୍ଚ ୨୫ରୁ ବିଧାନସଭାର ବଜେଟ୍‌ ଅଧିବେଶନ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲା ପୁଲିସ

ମାର୍ଚ୍ଚ ୨୫ରୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ବସିବାକୁ ଯାଉଛି। ଏହା ପୂର୍ବରୁ ଆଜି ରାଜ୍ୟ ପୁଲିସ ଡିଜି ସୁନିଲ ବଂଶଲ ସୁରକ୍ଷା ସମୀକ୍ଷା କରିଛନ୍ତି। ବିଧାନସଭା ବାହାର ସୁରକ୍ଷା ବ୍ୟବସ୍ଥା ଦେଖିବା ସହ ଭିତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଛନ୍ତି। ସବୁ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ଙ୍କ ନେତୃତ୍ୱରେ ନିୟୋଜିତ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ। ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱ ରେ ରହିବେ। ହଠାତ କୌଣସି ଅଘଟଣ ପାଇଁ ଦୁଇଟି ସ୍ପେଶାଲ ଟାଟିକାଲ ୟୁନିଟ ମୁତୟନ ରହିବେ। ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ। ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଡିସିପି ଟ୍ରାଫିକ ଙ୍କୁ ଦାୟିତ୍ୱ ଦିଆଯାଇଛି।

Share Now:

Kalinga News Beuro

Next Post

ପିତ୍ତଳ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ : ଘଟଣାରେ ୩ ଅଟକ

Wed Mar 23 , 2022
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ଚାରି ଜଣଙ୍କର ମୃତ୍ୟୁଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ସାମାନ୍ୟ ଯୁକ୍ତିତର୍କରୁ ହିଁ ହତ୍ୟା କରାଯାଇଥିବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଥିବାବେଳେ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଗଞ୍ଜାମ ଏସପିଙ୍କ ସୂଚନା ମୁତାବକ ଆକ୍ରମଣକାରୀମାନେ ସଡକ ଦୁର୍ଘଟଣାରୁ ଏକ ଦମ୍ପତିଙ୍କୁ ରକ୍ଷା କରିଥିଲେ। ଆଉ ଫାଷ୍ଟଫୁଡ୍ ଦୋକାନ […]
ପିତ୍ତଳ ହତ୍ୟାକାଣ୍ଡ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial