ସୀମା ଉପରେ ସତର୍କ ଦୃଷ୍ଟି ପାଇଁ ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ

ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ

ନୂଆଦିଲ୍ଲୀ : ଭାରତର ସୀମା ଉପରେ ସତର୍କ ଦୃଷ୍ଟି ରଖିବ ନୂଆ ଅତ୍ୟାଧୁନିକ ସାମରିକ ଉପଗ୍ରହ। ଏଥିପାଇଁ ଗୋଟିଏ ନୁହେଁ ଏକାଧିକ ଉଚ୍ଚ କ୍ଷମତା ସଂପନ୍ନ ସାମରିକ ଉପଗ୍ରହ ଛାଡ଼ିବାକୁ ଭାରତ ସରକାର ଯୋଜନା କରୁଛନ୍ତି। ଏସବୁ ଉପଗ୍ରହ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଛଡ଼ାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର ଓ ଇସ୍ରୋ। ଏସବୁ ଉପଗ୍ରହ କେବଳ ଭାରତୀୟ ସାମରିକ ବାହିନୀର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବ ତା’ନୁହେଁ, ବରଂ ଏଗୁଡ଼ିକ ଭାରତର ସୀମା ଉପରେ ୨୪ ଘଣ୍ଟିଆ ପ୍ରହରା ଦେବେ।
ଗତ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦର ବୈଠକରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିସ୍ୟାଟ୍-୭ବି ଉପଗ୍ରହ ଖରିଦ ପାଇଁ ମଂଜୁରୀ ପ୍ରଦାନ କରିଥିଲେ। ଜିସ୍ୟାଟ୍-୭ବି ହେଉଛି ଏକ ଉଚ୍ଚ କ୍ଷମତା ସଂପନ୍ନ ମିଲିଟାରୀ ଗ୍ରେଡ୍ ସାଟେଲାଇଟ୍। ଏହି ସାଟେଲାଇଟ୍ କକ୍ଷପଥରେ ସ୍ଥାପିତ ହୋଇ କାର୍ଯ୍ୟକ୍ଷମ ହେବା ପରେ କେବଳ ଭାରତୀୟ ସେନା ନୁହେଁ, ଅନ୍ୟ ଦୁଇ ବାହିନୀ-ନୌସେନା ଓ ବାୟୁସେନାର କ୍ଷମତା ବୃଦ୍ଧି କରିପାରିବ। ଅନ୍ୟପ୍ରକାରେ କହିଲେ ଏହା ତିନିସେନାକୁ ଇଣ୍ଟିଗ୍ରେଟେଡ୍ କମ୍ୟୁନିକେସନ ଯୋଗାଇପାରିବ। ଏପରି ସାମରିକ ଉପଗ୍ରହ ବା ସାଟେଲାଇଟ ପାଇଁ ଭାରତୀୟ ସେନା ବହୁ ଦିନରୁ ଦାବି କରିଆସୁଥିଲା। ଏଥିପାଇଁ ଭାରତ ସରକାର ୪୬୩୫ କୋଟି ଟଙ୍କା ବ୍ୟୟ କରିବେ।

Share Now:

Kalinga News Beuro

Next Post

ୟୁକ୍ରେନକୁ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ର ଯୋଗାଇବ ନାଟୋ

Thu Mar 24 , 2022
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆଜି ୧ ମାସ ପୂରଣ ହୋଇଛି। ଫେବୃଆରୀ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରାୟ ଏକ ମାସ ବିତିଯାଇଥିଲେ ବି ରୁଷ ନିଜର ଲକ୍ଷ୍ୟ ହାସଲ କରିପାରି ନାହିଁ। ଏଥିପାଇଁ ଦିନକୁ ଦିନ ରୁଷର ଆକ୍ରମଣ ଅଧିକ ଭୀଷଣ ହେଉଛି। ସେପଟେ ରୁଷର ମୁକାବିଲା ପାଇଁ ଆମେରିକା ଓ ନାଟୋ ପକ୍ଷରୁ ବିପୁଳ ପରିମାଣରେ ଅତ୍ୟାଧୁନିକ […]
ୟୁକ୍ରେନ ଯୁଦ୍ଧକୁ ମାସେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial