ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ : କିନ୍ତୁ ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ

ଉତ୍ତର କୋରିଆ କଲା କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ : ଉତ୍ତର କୋରିଆ ପକ୍ଷରୁ ଗତ କାଲି କରାଯାଇଥିବା ଅନ୍ତ୍ଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି। ଆମେରିକା ସମେତ ଭାରତ ବି ଏହାକୁ ନେଇ ଚିନ୍ତା କରିଛି। ତେବେ ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ ନାଁ ନ ନେଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ ଭାରତ ଉତ୍ତରକୋରିଆ ପକ୍ଷରୁ କରାଯାଇଥିବା ଆଇସିବିଏମ ପରୀକ୍ଷଣକୁ ନିନ୍ଦା କରୁଛି। ଏହା ଜାତିସଂଘ ସଂକଳ୍ପର ବିରୋଧୀ। ଏହା ଏହି ଅଂଚଳର ସୁରକ୍ଷାକୁ ବିପନ୍ନ କରିବ। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଅଞ୍ଚଳ (ଏସିଆ)ରେ ଆଣବିକ ଓ କ୍ଷେପଣାସ୍ତ୍ର ଟେକନଲୋଜୀ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ଭାରତର ଏହି ଦାବି ପାକିସ୍ତାନକୁ ଲକ୍ଷ୍ୟ ରଖି କରାଯାଇଥିବା କୁହାଯାଉଛି। କାରଣ ପାକିସ୍ତାନ ହିଁ ଉତ୍ତର କୋରିଆକୁ ଚୋରାରେ ଆଣବିକ ପ୍ରଯୁକ୍ତି ଯୋଗାଇଥିଲା। ଏହାକୁ ଖୋଦ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ମାନିଥିଲେ। ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବଦୁଲ କାଦିର ଖାଁ ହିଁ ବିଶ୍ୱରେ ଆଣବିକ ଅସ୍ତ୍ର ପ୍ରଯୁକ୍ତିର ଚୋରାବଜାର ଚଳାଇଥିଲେ। ସେହିପରି ପାକିସ୍ତାନର ଆଣବିକ ପ୍ରଯୁକ୍ତ ବଦଳରେ ଉତ୍ତରକୋରିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ଟେକନଲୋଜୀ ଯୋଗାଇଥିଲା। ଏଣୁ ଏହି ଦୁଇ ରାଷ୍ଟ୍ରର ଚୋରା କାରବାର ଯୋଗୁଁ ଆଜି ଏସିଆର ସୁରକ୍ଷା ବିପନ୍ନ ହୋଇପଡ଼ିଛି।

Share Now:

Kalinga News Beuro

Next Post

ନିର୍ବାଚନ ବିଜୟ ଉତ୍ସବରେ କଟକଣା : ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ

Sat Mar 26 , 2022
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ। ଏଥି ପାଇଁ କଟକଣା ଲାଗୁ ହୋଇଯାଇଛି। ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, […]
ନିର୍ବାଚନ ବିଜୟ ଉତ୍ସବରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial