ପୌର ନିିର୍ବାଚନରେ ବିଜେଡିର ବୃହତ୍‌ ବିଜୟ

ପୌର ନିିର୍ବାଚନରେ ବିଜେଡିର ବୃହତ୍‌ ବିଜୟ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ (ବିଜେଡି)ର ବଡ଼ ବିଜୟ ହୋଇଛି। ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପି ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ପାଇଁ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ୱାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହେବେ। ପୌର ନିର୍ବାଚନ ବ୍ୟତୀତ ୩ଟି ମହାନଗର ନିଗମରେ ‌ମେୟର ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି। ଅନ୍ୟପକ୍ଷରେ ଗଣତି ସରିଯାଇଥିବା ବେଳେ ବିଜୁ ଜନତା ଦଳ ୭୫ଟି ପୗରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି। ସୁଚନା ଅନୁସାରେ ଅନୁଗୁଳର ୩ଟି ପୌରାଞ୍ଚଳରୁ ୩ଟି ଯାକ ବିଜେଡି ଖାତା‌କୁ ଯାଇଛି। ବରଗଡ଼ ଜିଲ୍ଲାର ୪ ଆସନରୁ ୩ ବିଜେଡିକୁ ଯାଇଥିବା ବେଳେ ଗୋଟିଏରେ ସ୍ୱାଧୀନ ବିଜୟୀ ହୋଇଛନ୍ତି। ବୌଦ୍ଧ ଓ ଦେବଗଡ଼ର ପୂରା ପୌରାଞ୍ଚଳକୁ କରାୟତ କରିଛି ଶାସକ ଦଳ। ଢ଼େଙ୍କାନାଳ ଜିଲ୍ଲାର ୩ଟି ପୌରାଞ୍ଚଳ ମଧ୍ୟରୁ ବିଜେଡିକୁ ୨ଟି ମିଳିଥିବା ବେଳେ ବିଜେପିକୁ ଗୋଟିଏ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲାର ୨ଟି ପୌରାଞ୍ଚଳକୁ ଭାଗ କରି ନେଇଛନ୍ତି ବିଜେଡି ଓ କଂଗ୍ରେସ। ଯାଜପୁର ଜିଲ୍ଲାର ୨ଟିରୁ ୨ଟି ପୌରାଞ୍ଚଳ ବିଜେଡି ହାତକୁ ଯାଇଛି। କଳାହାଣ୍ଡିର ୪ଟି ପୌରାଞ୍ଚଳକୁ ସମାନ ଭାବେ ଭାଗ କରି ନେଇଛନ୍ତି ବିଜେଡି ଓ ବିଜେପି। କୋରାପୁଟ ଜିଲ୍ଲାର ୪ ପୌରାଞ୍ଚଳରୁ କଂଗ୍ରେସ ଖାତାକୁ ୨ଟି ଯାଇଥିବା ବେଳେ ବାକି ଦୁଇଟିକୁ ବିଜେଡି ଓ ସ୍ୱାଧୀନ ବାଣ୍ଟି ନେଇଛନ୍ତି। ମାଲକାନଗିରିର ୨ଟି ପୌରାଞ୍ଚଳକୁ ବିଜେଡି ଓ ବିଜେପି ୧-୧ରେ ଭାଗ କରିଛନ୍ତି। ନବରଙ୍ଗପୁରର ଦୃଶ୍ୟପଟ୍ଟ ମଧ୍ୟ ସମାନ। ସେଠାରେ ବିଜେପି ଓ ବିଜେଡି ଗୋଟିଏ ଗୋଟିଏ ପୌରାଞ୍ଚଳ ନିଜ ଦଖଲକୁ ନେଇଛନ୍ତି।
ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିଜେଡି ଓ ବିଜେପି ୧-୧ ପୌରାଞ୍ଚଳରେ ବିଜୟୀ ହୋଇଛନ୍ତି। ମାତ୍ର ସୁବର୍ଣ୍ଣପୁରରେ ବିଜେଡି ସମସ୍ତ ୩ ପୌରାଞ୍ଚଳକୁ ପୋଛି ନେଇଛି। ସୁନ୍ଦରଗଡ଼ରେ ୩ ପୌରାଞ୍ଚଳରୁ ବିଜେଡି ଖାତାକୁ ୨ଟି ଯାଇଥିବା ବେଳେ ବିଜେପି ଗୋଟିଏ ପାଇଛି। ବାଲେଶ୍ୱରରେ ବାଜିମାତ କରିଛି ବିଜେଡି। ସେଠାରେ ୫ ପୌରାଞ୍ଚଳରୁ ବିଜେଡି ୪ଟି‌ରେ ବିଜୟୀ ହୋଇଛି ଓ ବିଜେପି ଖାତାକୁ ଗୋଟିଏ ଯାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ୨ଟି ପୌରାଞ୍ଚଳ ଦଖଳ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଗୋଟିଏ ଯାଇଛି। ଗଜପତି ଜିଲ୍ଲାର ୨ରୁ ୨ ପୌରାଞ୍ଚଳ ବିଜେଡି ଖାତାକୁ ଯାଇଛି। ସେହିପରି ନୟାଗଡ଼ ଜିଲ୍ଲାର ୪ ପୌରାଞ୍ଚଳରୁ ୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବାକି ଦୁଇଟିରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। କିନ୍ତୁ ପୁରୀ ଜିଲ୍ଲାରେ ବିଜେଡି ୩ରୁ ୩ ପୌରାଞ୍ଚଳ ନିଜ ଦଖଲକୁ ନେଇଛି।
ଅନୁଗୁଳ ଜିଲ୍ଲାରେ ‌ମୋଟ ୫୫ଟି କାଉନସିଲ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିକୁ ୩୭, ବିଜେପିକୁ ୧୭, କଂଗ୍ରେସକୁ ନାହିଁ, ସ୍ୱାଧୀନକୁ ଗୋଟିଏ ଆସନରେ ବିଜୟ ମିଳିଛି। ବାଲେଶ୍ୱରରେ ମୋଟ ୯୩ କାଉନସିଲଙ୍କ ମଧ୍ୟରୁ ବିଜେଡିରୁ ୫୨, ବିଜେପିରୁ ୩୧, କଂଗ୍ରେସରୁ ୫ ଓ ସ୍ୱାଧୀନରୁ ୫ଜଣ ଜିତିଛନ୍ତି। ବରଗଡ଼ରେ ୫୨ ଜଣ, ବିଜେଡିରୁ ୪୧ଜଣ, ବିଜେପିରୁ ୮ଜଣ, କଂଗ୍ରେସରୁ ଜଣେ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ୭୯ରୁ ବିଜେଡିର ୩୮, ବିଜେପିର ୮, କଂଗ୍ରେସର ୧୬ ଓ ୫ ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲ ଭାବେ ନିର୍ବାଚିତ ହୋଇଛନ୍ତି। ଧାମନଗର ଗଣତି ହୋଇନାହିଁ। ଏଠାରେ ପୁଣି ଥରେ ନିର୍ବାଚନ ହେବ। ବଲାଙ୍ଗୀରରେ ୭୮ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୫୨, ବିଜେପିର ୧୧, କଂଗ୍ରେସର ୧୪, ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି। ସେହିପରି ୫ ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ୩, ବିଜେପି ଗୋଟିଏରେ ବିଜୟୀ ହୋଇଛନ୍ତି। ‌ଝାରସୁଗୁଡ଼ା ଜିଲ୍ଲାରେ ଅଧ୍ୟକ୍ଷ ପାଇଁ ହୋଇଥିବା ୩ ପଦବିରୁ ବିଜେଡି ଖାତାକୁ ୨ଟି ଓ କଂଗ୍ରେସ ହାତକୁ ଗୋଟିଏ ଯାଇଛି। କଳାହାଣ୍ଡିରେ ୨ଟି ବିଜେଡି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। କେନ୍ଦ୍ରାପଡ଼ାରେ ୨ଟି ଯାକ ବିଜେଡି ପୋଛି ନେଇଛି। କେନ୍ଦୁଝରରେ ୫ଟିରୁ ବିଜେଡି ୪ଟି ଓ ଗୋଟିଏ ବିଜେଡି ଜିତିଛି।
କୋରାପୁଟରେ ୪ଟିରୁ ବିଜେଡିକୁ ଗୋଟିଏ, କଂଗ୍ରେସକୁ ୨ଟି ଓ ସ୍ୱାଧୀନ ପ୍ରାର୍ଥି ଗୋଟିଏ ପୌର ଅଧ୍ୟକ୍ଷ ପଦ ହାତଇେଛନ୍ତି। ମାଲକାନଗିରିରେ ୨ଟି ଅଧ୍ୟକ୍ଷ ପଦ ବିଜେଡି ଓ ବିଜେପି ମଧ୍ୟରେ ଭାଗ ହୋଇଛି। ମୟୂରଭଂଜରେ ୪ଟିରୁ ୩ଟିରେ ବିଜେଡି ଓ ‌ଗୋଟିଏରେ ବିଜେପିକୁ ବିଜୟ ମିଳିଛି। ନବରଂଗପୁରରେ ୨ଟିରୁ ଗୋଟିଏ ବିଜେଡି ଓ ଅନ୍ୟଟି ବିଜେପି ଜିତିଛି। ନୂଆପଡ଼ାରେ ୩ଟି ଆସନକୁ ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ବାଣ୍ଟି ନେଇଛନ୍ତି। ପୁରୀରେ ୩ଟି ଅଧ୍ୟକ୍ଷ ପଦକୁ ବିଜେଡି ହାତେଇଛି।

Share Now:

Kalinga News Beuro

Next Post

ଏଣିକି ସପ୍ତାହକୁ ୫ଦିନ କରିବେ କାମ : ଦୁଇ ଦିନ ମିଳିବ ଛୁଟି

Sun Mar 27 , 2022
ଇମ୍ଫାଲ: ଏଣିକି ୫ଦିନ ହେବ କାର୍ଯ୍ୟଦିବସ। ସୋମବାରରୁ ଶୁକ୍ରବାର କାମ କରି ଶନିବାର ଓ ରବିବାର ଛୁଟି ପାଇବେ କର୍ମଚାରୀ। ତେବେ ଏହି ନିୟମ ସମଗ୍ର ଭାରତରେ ନୁହେଁ ବରଂ କେବଳ ମଣିପୁରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରି ମଣିପୁରର ରାଜ୍ୟପାଳ ଏହି ଘୋଷଣା କରିଛନ୍ତି। ତାଙ୍କ କାର୍ଯ୍ୟାଳୟ […]
ସପ୍ତାହକୁ ୫ଦିନ କରିବେ କାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial