ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଦେଶର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଆୟୋଜନ ହୋଇଥାଏ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି। ଚଳିତ ବର୍ଷ ମେଳାର ‘ଥିମ୍‌ ପାଭିଲିଅନ୍‌’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ। ଏହି ବର୍ଷ ମେଳାକୁ ସୁଗମ୍ୟ ସହିତ ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଦେବାକୁ ସ୍ଥିର କରାଯାଇଅଛି। ହୁଇଲ ଚେୟାର ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଏବଂ ଦିବ୍ୟାଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପରିଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଅଛି। ସର୍ବୋପରି ମା’ ଓ ଶିଶୁଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଶିଶୁ ଯତ୍ନ ଗୃହ ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ, ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ଜଣ ବୁଣାକାର ଓ କାରିଗର ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ସହିତ ୧୫୦ ଜଣ କାରିଗର ଏବଂ ୯୦ ଜଣ ବୁଣାକାର ଯଥାକ୍ରମେ ଓଡ଼ିଶା ସରକାର ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ତରଫରୁ ପ୍ରାୟୋଜିତ ହୋଇଛନ୍ତି।

Share Now:

Kalinga News Beuro

Next Post

ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା: ଅପରାଜିତା ଷଡ଼ଙ୍ଗୀ

Sun Mar 27 , 2022
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପାଇଁ ହୋଇଥିବା ମେୟର ଓ କର୍ପୋରେଟର ନିର୍ବାଚନରେ ପରାଜୟ ପରେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା। ତେଣୁ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱ ହିଁ ଦାୟୀ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସାରା ରାଜ୍ୟରେ ବିଜେପିର ସମର୍ଥ […]
ଅପରାଜିତା ଷଡ଼ଙ୍ଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial