ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା: ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପାଇଁ ହୋଇଥିବା ମେୟର ଓ କର୍ପୋରେଟର ନିର୍ବାଚନରେ ପରାଜୟ ପରେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା। ତେଣୁ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱ ହିଁ ଦାୟୀ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସାରା ରାଜ୍ୟରେ ବିଜେପିର ସମର୍ଥ କର୍ମୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି। ସେମାନଙ୍କ ଭିତରେ ଭାରତୀୟ ଜନତା ପାର୍ଟିକୁ ଜିତାଇବା ପାଇଁ ମଧ୍ୟ ସାମର୍ଥ୍ୟ ରହିଛି। କିନ୍ତୁ ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ରାଜ୍ୟ ସ୍ତରରେ ନେତୃତ୍ୱକୁ ଅଧିକ ସୁଦୃଢ କରିବାକୁ ପଡିବ । ତାହେଲେ ଯାଇ ଦଳ ବିଜୟ ଲାଭ କରିପାରିବ। ଏହାଛଡା ପୌର ନିର୍ବାଚନ ସମୟରେ ଅପରାଜିତା କାହିଁକି ଭୋଟ ଦେଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏହାର ଉତ୍ତରରେ ଅପରାଜିତା କହିଛନ୍ତି ଯେ, ଯେତେବେଳେ ପୌର ନିର୍ବାଚନ ପାଇଁ ଭୋଟ ପଡିଲା ସେତେବେଳେ ଜରୁରୀ କାମକୁ ନେଇ ଦିଲ୍ଲୀ ଯାଇଥିଲେ। ଯେହେତୁ ସଂସଦରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଏବଂ ଏଥିପାଇଁ ସାଂସଦ ମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଥିଲା ତେଣୁ ସେ ଭୋଟ ଦେଇପାରିଲେ ନାହିଁ। ତେବେ ଦିନେ ସମୟ ଆସିବ ଯେତେବେଳେ ଏକ ନୂଆ ସୂର୍ଯ୍ୟ ଉଇଁବ ଏବଂ ପଦ୍ୱ ଫୁଟିବ ବୋଲି କହିଛନ୍ତି ଅପରାଜିତା। ସୂଚନାଯୋଗ୍ୟ‌, ରାଜ୍ୟରେ ଗତ ୨୪ ତାରିଖରେ ୧୦୯ଟି ପୌରାଞ୍ଚଳ ଓ ମହାନଗର ନିଗମ ମଧ୍ୟରୁ ୧୦୮ (ଧାମନଗର ବ୍ୟତୀତ)ଟିର ନିର୍ବାଚନ ଫଳାଫଳ ଶନିବାର ଦିନ ପ୍ରକାଶ ପାଇଛି। ତିନି ମେୟର ପଦବି ସହିତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ବିଜୁ ଜନତା ଦଳ ପୂର୍ବଭଳି ନିଜର ପତିଆରା ସାବ୍ୟସ୍ତ କରିଛି।

Share Now:

Kalinga News Beuro

Next Post

୨ବର୍ଷ ପରେ ଭକ୍ତଙ୍କୁ ମିଳିବ ଅମରନାଥ ଦର୍ଶନର ସୁଯୋଗ

Sun Mar 27 , 2022
ଶ୍ରୀନଗର: ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଏବେ ସଂକ୍ରମଣ କମ ହେବା ସହ କଟକଣା କୋହଳ ହେବା ପରେ ସରକାର ପୁଣି ଥରେ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଏହି ଯାତ୍ରା ୪୩ଦିନ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ମାନି ଲୋକଙ୍କୁ ଯାତ୍ରା କରିବାକୁ ହେବ। ଜମ୍ମୁ କଶ୍ମୀରର […]
ଅମରନାଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial