୨ବର୍ଷ ପରେ ଭକ୍ତଙ୍କୁ ମିଳିବ ଅମରନାଥ ଦର୍ଶନର ସୁଯୋଗ

ଅମରନାଥ

ଶ୍ରୀନଗର: ମାର୍ଚ୍ଚ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ବନ୍ଦ ରହିଥିଲା ଅମରନାଥ ଯାତ୍ରା। ଏବେ ସଂକ୍ରମଣ କମ ହେବା ସହ କଟକଣା କୋହଳ ହେବା ପରେ ସରକାର ପୁଣି ଥରେ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଏହି ଯାତ୍ରା ୪୩ଦିନ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ମାନି ଲୋକଙ୍କୁ ଯାତ୍ରା କରିବାକୁ ହେବ। ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି। ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ବୈଠକରେ ନିଆଯାଇଛି। ୨୦୧୯ ମସିହାରେ ଅମରନାଥ ଯାତ୍ରା ଅଧାରୁ ବନ୍ଦ ହୋଇଥିଲା। ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟାଯିବା ପୂର୍ବରୁ ଏହା ଘଟିଥିଲା। ଏହା ପରେ, କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା। ତେବେ ବୈଦିକ ଜପ ସହିତ ବାବା ଅମରନାଥଙ୍କ ପୂଜାର୍ଚ୍ଚନା ପବିତ୍ର ଗୁମ୍ଫାରେ ଜାରି ରହିଥିଲା।

Share Now:

Kalinga News Beuro

Next Post

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

Mon Mar 28 , 2022
ଭଦ୍ରକ/ଚାନ୍ଦବାଲି: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ ହୋଇଛି। ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୁଲିସକୁ ଚକମା‌ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା। ମାତ୍ର କ୍ରାଇମ୍ ବ୍ରାଞ୍ଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ। ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ […]
ମାନସ ସ୍ୱାଇଁ ହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial