ଖେଳୁଥିବା ବେଳେ ବୋମା ଫୁଟିଲା : ୩ ନାବାଳିକା ଗୁରୁତର

ଖେଳୁଥିବା ବେଳେ ବୋମା ଫୁଟି ୩ ନାବାଳିକା ଗୁରୁତର

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି। ବୋମ୍‌ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ ଗାଁର ୩ ଜଣ ନାବାଳିକା ସବିତା ମୁର୍ମୁ (୯), ପୂଜା ହାଁସଦା (୧୦) ବାସନ୍ତୀ ହାଁସଦା (୮) ତ୍ରିକୋଣା ଗାଁ ଛକ ନିକଟରେ ଖେଳୁଥିଲେ। ଏହି ସମୟରେ ରାସ୍ତା ନିକଟ ପୋଖରୀ ଭିତରେ ସେମାନେ ଏକ ପଲିଥିନ୍‌ ଭିତରେ କିଛି ଜିନିଷ ଥିବା ଦେଖିଥିଲେ। ଉତ୍ସୁକତା ଯୋଗୁ ତିନିଜଣ ଯାକ ପୋଖରୀ ଭିତରୁ ଉକ୍ତ ପଲିଥିନ୍‌ଟିକୁ ଆଣି ଖୋଲିବା ବେଳେ ତା’ ଭିତରୁ ଏକ ବୋମ୍‌ ପରି ଏକ ଜିନିଷ ଖସିପଡ଼ି ଫୁଟିଯାଇଥିଲା। ଫଳରେ ସବିତା, ପୂଜା ଓ ବାସନ୍ତୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସଂଗେ ସଂଗେ ୧୦୮ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି। ତେବେ ପୋଖରୀ ଭିତରେ ବୋମ୍‌ କେଉଁଠୁ ଆସିଲା, ସେନେଇ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ପୁଲିସ ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଗିରଫ ହେଲେ ଅଭିଯୁକ୍ତ

Mon Mar 28 , 2022
ଭୁବନେଶ୍ୱର: ଅଭିନେତ୍ରୀ କରାଇଦେବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ୍‌ ସରୋଜ ବିଶ୍ଵାଳଙ୍କୁ ଖୋର୍ଦ୍ଧାରୁ ଗିରଫ କରିଛି ପୁଲିସ୍‌। ବହୁ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଲେ ସରୋଜ। ଅପହରଣ ଦୃଶ୍ୟ କରିବା ଆଳରେ ରୁମକୁ ନେଇ ଦୁଷ୍କର୍ମ କରିଥଲେ ଅଭିଯୁକ୍ତ। ପରେ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ଭରତପୁର ଥାନାରେ ଏତଲା ଦେବା ପରେ ପୁଲିସ ସରୋଜ ବିଶ୍ୱାଳକୁ ବହୁ ଖୋଜାଖୋଜି […]
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial