ଉତ୍କଳ ଦିବସରେ ବିଜେପି ଛାଡ଼ିଲେ ଜୟରାମ ପାଙ୍ଗି

ଜୟରାମ ପାଙ୍ଗି ଛାଡ଼ିଲେ ବିଜେପି

ପଟ୍ଟାଙ୍ଗି: ବିଜେପିରୁ ମୋହ ତୁଟାଇଲେ ଜୟରାମ ପାଙ୍ଗି। ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆଜି ସେ ନିଜର ଇସ୍ତଫା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। କିନ୍ତୁ ଶ୍ରୀ ପାଙ୍ଗି ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ କରିବି ବୋଲି କହିଛନ୍ତି। ଗତ କିଛିଦିନ ଧରି ସ୍ବତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରି ଆସୁଛନ୍ତି। ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ନେଇ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ନାମରେ ସଂଗଠନ ଗଢିଛନ୍ତି। ଏହି ସଂଗଠନରେ ଓଡିଶା, ଛତିଶଗଡ, ଆନ୍ଧ୍ର ତିନୋଟି ରାଜ୍ୟର ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ପଦ ପଦବିରେ ରହିଛନ୍ତି। ଏହି ସଂଗଠନରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବାପରେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

Share Now:

Kalinga News Beuro

Next Post

ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

Fri Apr 1 , 2022
ଭୁବନେଶ୍ବର: ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୁଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୁଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେବା ମନୋବୃତ୍ତି ନେଇ କମିସନରେଟ ପୁଲିସ କାମ କରିବ। […]
ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial