ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୁଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୁଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେବା ମନୋବୃତ୍ତି ନେଇ କମିସନରେଟ ପୁଲିସ କାମ କରିବ। ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ଏବଂ ଏବେ ଚାଲିଛି ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ପୁଲିସ କମିସନର। ଏହାସହ ଆଜିଠୁ କମିସନରେଟ ପୁଲିସ ପକ୍ଷରୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୁଲିସ କମିସନର।

Share Now:

Kalinga News Beuro

Next Post

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଗଡ଼ିବ ଇ-ବସ୍‌ : କ୍ରୁଟ୍‌ କରିବ ଚାର୍ଜିଂ ଷ୍ଟେସନ୍‌

Fri Apr 1 , 2022
ଭୁବନେଶ୍ୱର : ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଇଲେକ୍ଟ୍ରିକ୍‌ ବସ୍‌(ଇ-ବସ୍‌) ଗଡ଼ିବ। ବସ୍‌ ପାଇଁ କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ) ତିଆରି କରିବାକୁ ଯାଉଛି ଚାର୍ଜିଂ ଷ୍ଟେସନ୍‌। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୫ଟି ବସ୍‌ ଗଡ଼ିବ। ଏହି ୫ଟି ବସ୍‌ ପାଇଁ ୩ଟି ଚାର୍ଜିଂ ଷ୍ଟେସନ୍‌ ନିର୍ମାଣ କରାଯିବ। ଏଥିପାଇଁ ‌ଖୁବ୍‌ଶୀଘ୍ର ଟେଣ୍ଡର୍‌ ଡକାଯିବ ବୋଲି ଜଣାପଡ଼ିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ […]
ଖୁବ୍‌ଶୀଘ୍ର ଭୁବନେଶ୍ବରରେ ଗଡ଼ିବ ଇ-ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial